କରୋନା ମୁକାବିଲାରେ ଲାଗିଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ କ୍ୟାବ ସେବା ଯୋଗଇବ ଉବେର
Khabar Odisha:Business-transport-uber-will-provide-cab-service-to-frontline-health-workers-fighting-coronavirus

ନୂଆଦିଲ୍ଲୀ, ଏପ୍ରିଲ ୦୪ (ଖବର ଓଡ଼ିଶା): କରୋନା ମୁକାବିଲାରେ ଲାଗିଥିବା ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଏକ ଭଲ ଖବର ଆସିଛି । ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ କ୍ୟାବ ସେବା ପ୍ରଦାନକାରୀ ସଂସ୍ଥା ‘ଉବେର’ ସହିତ ଏକ ହସ୍ତାକ୍ଷର କରିଛି । ଏହି ବୁଝାମଣା ଅନୁଯାୟୀ ଉବେର କରୋନା ପିଡିତଙ୍କ ଚିକିତ୍ସାରେ ଲାଗିଥିବା ଆଗଧାଡ଼ିର ସ୍ୱାସ୍ଥ୍ୟକର୍ମୀଙ୍କୁ ପରିବହନ ସେବା ଯୋଗଇବ । ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣକୁ ଉବେର ଦ୍ୱାରା ଦିଆଯିବାକୁ ଥିବା କାର ଉପରୁ ତଳକୁ ପ୍ଲାଷ୍ଟିକ ସିଟ ଲାଗିବ । 

ଉବେର ଶୁକ୍ରବାର ଏକ ବୟାନରେ କହିଛି ଯେ, ଆମେ ନିଜର ପ୍ଲାଟଫର୍ମ ମାଧ୍ୟମରେ ସ୍ୱତନ୍ତ୍ର କାର ଓ ଟପ ରେଟିଂ ଡ୍ରାଇଭରଙ୍କୁ ଯୋଗାଇବୁ । ସରକାରଙ୍କ ଆଡଭାଇଜରି ଅନୁସାରେ ଚାଳକଙ୍କ ସୁରକ୍ଷାକୁ ନଜର ରଖି ହସ୍ପିଟାଲରୁ ସେମାନଙ୍କୁ ପିପିଇ କିଟ ଦିଆଯିବ । ସେମାନଙ୍କୁ ସାନିଟାଇଜର, ଫେସ ମାସ୍କ ଆଦି ଉପକରଣ ଉପଲବ୍ଧ କରାଯିବ । 

ଉବେର କହିବା ଅନୁସାରେ ଏହି କାମ ପାଇଁ ଏଭଳି ଚାଳକଙ୍କୁ ରଖାଯିବ, ଯେଉଁମାନେଙ୍କ ପାଖରେ କରୋନା ମୁକାବିଲା ସଂପର୍କିତ ଜ୍ଞାନ ଥିବ । ଏହି ସେବାରେ ଯାତ୍ରୀମାନେ କାରର ଆଗ ସିଟରେ ବସିପାରିବେ ନାହିଁ । ଅର୍ଥାତ ଆଗ ସିଟରେ ବସିବାକୁ ଅନୁମତି ମିଳିବ ନାହିଁ । କମ୍ପାନୀ ତରଫରୁ ଫୋନ ସପୋର୍ଟ ମଧ୍ୟ ଦିଆଯିବ ।  ଏହି ସେବାକୁ ‘ଉବେର ମେଡିକ’ କୁହାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ ରାସ୍ତାକୁ ୧୫୦ଟି କାର ଆସିବ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, ନୋଏଡା, ପାଟଣା, କାନପୁର, ଗାଜିଆବାଦ ଓ ପ୍ରୟାଗରାଜରେ ଏହି ସେବା ମିଳିବ ।  

 

  • Tags:

Subscribe

National International State Sports Entertainment