କେବଳ ଗୋଟିଏ ଘଣ୍ଟାରେ ମିଳିବ ଲୋନ!, ଜାଣନ୍ତୁ କେଉଁ ବ୍ୟାଙ୍କ ଦେଉଛି ଏହି ସେବା
Khabar Odisha:Business-loan-You-get-loan-within-an-hour-from-this-Punjab-national-bank-sources

ନୂଆଦିଲ୍ଲୀ, ମେ ୦୪ (ଖବର ଓଡ଼ିଶା): ସମସ୍ତ ମଣିଷଙ୍କୁ ଟଙ୍କା ସବୁବେଳେ ଦରକାର ପଡ଼ିଥାଏ । କରୋନା ଭାଇରସ ପାଇଁ ଲକଡାଉନ ଲାଗୁ ଥିବା ବେଳେ ଆପଣ ଭାବନ୍ତୁ ନାହିଁ ଯେ, ଟଙ୍କା ନହେଲେ ବି ଚଳିଯିବେ । ତେଣୁ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଂଜାବ ନ୍ୟାସନାଲ ବ୍ୟାଙ୍କ ଘରେ ବସି ଲୋନ ଦେବାକୁ ନୂତନ ସେବା ଆରମ୍ଭ କରିଛି । ସବୁଠାରୁ ବଡ଼ କଥା ଯେ, ଗୋଟିଏ ଘଣ୍ଟା ମଧ୍ୟରେ ଆପଣଙ୍କ ଖାତାକୁ ଟଙ୍କା ଆସିଯିବ ବୋଲି ବ୍ୟାଙ୍କ କହିଛି । 

ପିଏନବି ଗୋଟିଏ ଘଣ୍ଟା ମଧ୍ୟରେ ଲୋନ ଦେଉଥିବା ଏହି ସେବାର ନାମ ପିଏସବି ଲୋନ ୫୯ ମିନିଟ ରଖିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପିଏନବିରୁ ଘର, ବାହନ, ବ୍ୟବସାୟ ଅଥବା ଅନ୍ୟ କୌଣସି ବ୍ୟକ୍ତିଗତ କାମ ପାଇଁ ମଧ୍ୟ ଲୋନ ନେବାକୁ ଚାହୁଁଥିଲେ ବହୁତ ସହଜ । କିନ୍ତୁ ଏହି ଲୋନ ସର୍ତ୍ତମୂଳକ ଭାବେ ଦିଆଯିବ । ଏଥି ପାଇଁ ଗ୍ରାହକ ପ୍ରଥମେ ବ୍ୟାଙ୍କର ୱେବସାଇଟ psbloansin59minutes.com/pnbରୁ ପ୍ରଥମେ ସବିଶେଷ ତଥ୍ୟ ହାସଲ କରନ୍ତୁ । 

 

  • Tags:

Subscribe

National International State Sports Entertainment