ଗୁଗଲ-ପେଟିଏମକୁ ମୁକାବିଲା କରିବ ରିଜର୍ଭ ବ୍ୟାଙ୍କର ପ୍ରିପେଡ କାର୍ଡ!
Khabar Odisha:Business-Reserve-Bank-of-India-proposes-new-prepaid-card-reencounter-paytm-google

ନୂଆଦିଲ୍ଲୀ, ଡିସେମ୍ବର ୦୬ (ଖବର ଓଡ଼ିଶା): ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁବାର ପ୍ରିପେଡ ପେମେଣ୍ଟ ଇନଷ୍ଟ୍ରରୁମେଣ୍ଟ (ପିପିଆଇ) ଉପସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛି । ଆରବିଆଇ କହିଛି ଯେ ଡିଜିଟାଲ ସେବାକୁ  ଆଗକୁ ନେବାରେ ପିପିଆଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ନୂତନ ସେବା ଏହାର ଉପଯୋଗର ସୁବିଧାକୁ ଆହାରି ଆଗକୁ ନେଇଯିବ । ଆରବିଆଇର ଏହି ନୂତନ ସେବା ପେଟିଏମ ଓ ଗୁଗଲ ପେ ଭଳି ୱାଲେଟକୁ ମୁକାବିଲା କରିପାରେ । 

ପିପିଆଇକୁ ଯେକୌଣସି ଡିଜିଟାଲ ସେବାରେ ଲଗାଯାଇପାରିବ । ବିଲ ପୈଠ କରିବା ଓ ଜିନିଷପତ୍ର କିଣିବା ଆଦି କାମରେ ମଧ୍ୟ ବ୍ୟବହାର କରାଯାଇପାରିବ । ଏହି ପ୍ରିପେଡ କାର୍ଡରେ କେବଳ ବ୍ୟାଙ୍କ ଖାତାରୁ ଟଙ୍କା ଡିପୋଜିଟ କରିବା କରିବା ସୁବିଧା ରହିବ । ଏଥି ସହିତ ବ୍ୟାଙ୍କ ଖାତାକୁ ଟଙ୍କା ଫେରାଇ ନିଆଯାଇପାରିବ । କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ, ଏସଂପର୍କରେ ଦିଶାନିର୍ଦେଶ ଚଳିତ ମାସ ୩୧ରେ ଜାରି କରିବ । 

 

  • Tags:

Subscribe

National International State Sports Entertainment