କାର କିଣିବା ପାଇଁ ସହଜରେ ମିଳିବ ଋଣ, ମାରୁତି ଆରମ୍ଭ କଲା ‘ସ୍ମାର୍ଟ ଫାଇନାନ୍ସ’
Khabar Odisha:Business-automobile-Maruti-Suzuki-launches-online-car-financing-platform-smart-finance

ନୂଆଦିଲ୍ଲୀ, ଡିସେମ୍ବର ୧୦ (ଖବର ଓଡ଼ିଶା): ଦେଶର ଅନ୍ୟତମ ବୃହତ୍ତ କାର ନିର୍ମାତା କଂପାନୀ ‘ମାରୁତି ସୁଜୁକି ଇଣ୍ଡିଆ’  ଅନ୍‌ଲାଇନ୍ ପ୍ଲାଟଫର୍ମ ‘ସ୍ମାର୍ଟ ଫାଇନାନ୍ସ’ ଶୁଭାରମ୍ଭ କରିଛି । କଂପାନୀ ଏହି ମଂଚ ମାଧ୍ୟମରେ ଲୋନ ଦେଉଥିବା ବିଭିନ୍ନ କଂପାନୀଗୁଡ଼ିକ ନିଜର ଉତ୍ପାଦନ ଉପସ୍ଥାପନ କରିବ । କଂପାନୀ ତରଫରୁ ଏକ ବୟାନରେ କୁହାଯାଇଛି ଯେ, ନିଜର ପ୍ରୀମିୟମ ରିଟେନ ଚେନ ନେକ୍ସା ମାଧ୍ୟମରେ ୩୦ ସହରରେ ଏହି ସେବା ଆରମ୍ଭ କରୁଛି । ପରେ ଯୋଜନାକୁ ସଂପ୍ରସାରଣ କରାଯିବ । ଏହି ମଂଚ ମାଧ୍ୟମରେ କଂପାନୀ ଦରମା ପାଉଥିବା ଲୋକଙ୍କୁ ଟାର୍ଗେଟ କରିଛି । 

ମାରୁତି ସୁଜୁକି ଅନୁସାରେ କୋଭିଡ-୧୯ ପରେ ଗ୍ରାହକଙ୍କୁ କାର ଋଣ ଚିନ୍ତା ଦୂର କରିବା ଲାଗି କଂପାନୀ ତରଫରୁ ସ୍ମାର୍ଟ ଫାଇନାନ୍ସ ବ୍ୟବସ୍ଥା ଆରମ୍ଭ କରାଯାଇଛି । ସେହିଭଳି ପାର୍ବଣ ଋତୁ ପରେ କାରର ବ୍ରିକ୍ରିକୁ ନେଇ କଂପାନୀର ନିର୍ଦ୍ଦେଶକ (ବ୍ରିକି ଓ ବିତରଣ) ଶଶାଙ୍କ ଶ୍ରୀବାସ୍ତବ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ପାର୍ବଣ ଋତୁ ପରେ କାର ବିକ୍ରି ସେତେ ଖରାପ ହୋଇନାହିଁ । ଆମେ ଯେଭଳି ଭାବୁଥିଲୁ, ସେହିଭଳି ପରିସ୍ଥିତି ଉପୁଜିନାହିଁ । ସେ କହିଛନ୍ତି, ବାହନ ଉଦ୍ୟୋଗ ବୁକିଂ ପ୍ରସଙ୍ଗରେ ସମସ୍ୟାର ସମ୍ମୁଖୀନ ହୋଇଛି । ସେ କହିଛନ୍ତି ଯେ, ପାର୍ବଣ ଋତୁ ପରେ ମଧ୍ୟ କାର ଭଲ ବିକ୍ରି ହୋଇଛି । 

 

  • Tags:

Subscribe

National International State Sports Entertainment