ବ୍ରିଟେନ୍, ଡିସେମ୍ବର ୩୧ (ଖବର ଓଡ଼ିଶା): କ’ଣ ଅନୁଭବ କରିବେ ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯଦି ଅଚାନକ ବିପୁଳ ପରିମାଣରେ ଟଙ୍କା ଆସିଥାଏ। ବ୍ରିଟେନ୍ରେ ବ୍ୟାଙ୍କର ଏଭଳି ଏକ ଭୁଲ ଯୋଗୁଁ ଗ୍ରାହକ ମାନଙ୍କ ଆକାଉଣ୍ଟକୁ ଭାରତୀୟ ମୁଦ୍ରା ଅନୁସାରେ ୧୩୦୦ କୋଟି ଟଙ୍କା ଆସିଛି। ସାନ୍ତାଦର ବ୍ୟାଙ୍କ ୭୫ ହଜାର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଭୁଲରେ ରାଶି ପଠାଇବା ପରେ ଏବେ ଚିନ୍ତାରେ ପଡ଼ିଯାଇଛି ଯେ, ପଠାଯାଇଥିବା ଟଙ୍କା କେମିତି ଫେରାଇ ଅଣାଯାଇପାରିବ।
ସାନ୍ତାଦର ବ୍ୟାଙ୍କ ତରଫରୁ ଏହି ଭୁଲ ଗତ ୨୫ ତାରିଖ ଦିନ ହୋଇଥିଲା। ବ୍ୟାଙ୍କ ତରଫରୁ Barclays, HSBC, NatWest, Co-operative Bank ଏବଂ Virgin Money ଭଳି ପ୍ରତିଦ୍ବନ୍ଦ୍ବି ବ୍ୟାଙ୍କ ଖାତାଧାରକଙ୍କ ଆକାଉଣ୍ଟକୁ ରାଶି ପଠାଇ ଦିଆଗଲା। ଏବେ ସାନ୍ତାଦର ବ୍ୟାଙ୍କ ପାଇଁ ଚ୍ୟାଲେଞ୍ଜ ଯେ, ଟଙ୍କା କେମିତି ଫେରାଇ ଅଣାଯାଇପାରିବ। ବ୍ୟାଙ୍କ ତରଫରୁ ମୋଟ ୧୩୦ ମିଲିୟନ ପାଉଣ୍ଡ ଭୁଲରେ ପଠାଯାଇଛି, ଯାହାକି ଭାରତୀୟ ମୁଦ୍ରା ଅନୁସାରେ ୧୩୦୦ କୋଟି ଟଙ୍କା ହେବ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ବ୍ୟାଙ୍କକୁ ଡର ଅଛି ଯେ, ବ୍ୟାଙ୍କୁ ଟଙ୍କା ମିଳିବା ସହଜ ନୁହେଁ। କାରଣ ଲୋକେ କ୍ରିସମସ ଅବସରରେ ଖର୍ଚ୍ଚ କରିଦେଇଥାଇ ପାରନ୍ତି। ଏବେ ବ୍ୟାଙ୍କ ପାଖରେ ଗୋଟିଏ ରାସ୍ତା ହେଲା ଗ୍ରାହକଙ୍କ ପାଖକୁ ଯାଇ ଟଙ୍କା ମାଗିବ।