ମାଷ୍ଟରକାର୍ଡ ଉପରେ ରିଜର୍ଭ ବ୍ୟାଙ୍କ ନେଲା କାର୍ଯାନୁଷ୍ଠାନ, ଡେବିଟ-କ୍ରେଡିଟ କାର୍ଡ ଜାରି ନେଇ ଲାଗିଲା କଟକଣା
Khabar Odisha:Business-Reserve-Bank-of-India-restricts-Mastercard-from-issuing-new-debit-credit-cards-see-the-reason

ନୂଆଦିଲ୍ଲୀ, ଜୁଲାଇ ୧୫ (ଖବର ଓଡ଼ିଶା): ଭାରତୀୟ ରିଜର୍ଭ ବ୍ୟାଙ୍କ ମାଷ୍ଟରକାର୍ଡ ଏସିଆ ପେସିଫିକ୍ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି । ଏଥି ସହିତ ନୂଆ ଡେବିଟ ଅଥବା କ୍ରେର୍ଡିଟ କାର୍ଡ ଜାରି କରିବା ଉପରେ କଟକଣା ଲଗାଇଛି । ମାଷ୍ଟରକାର୍ଡ ତରଫରୁ ତଥ୍ୟର ସଠିକ ପରିଚାଳନା କରାଯାଇ ନଥିବାରୁ ରିଜର୍ଭ ବ୍ୟାଙ୍କ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ରିଜର୍ଭ ବ୍ୟାଙ୍କର କାର୍ଯ୍ୟାନୁଷ୍ଠାନର ପ୍ରଭାବ ଭାରତରେ ଡିଜିଟାଲ ହେଉଥିବା ବ୍ୟାଙ୍କିଙ୍ଗ ଅର୍ଥବ୍ୟବସ୍ଥା ଉପରେ ପଡ଼ିବାର ଆଶଙ୍କା ରହୁଛି । କାରଣ ମାଷ୍ଟରକାର୍ଡ ଏହି କ୍ଷେତ୍ରରେ ବଡ଼ ଭୂମିକା ନେଇଛି । 

ମାଷ୍ଟରକାର୍ଡ ଉପରେ ନୂଆ କାର୍ଡ ଜାରି କରିବା ନେଇ କଟକଣା ଜୁଲାଇ ୨୨ରୁ ଆରମ୍ଭ ହୋଇଯିବ । ଆରବିଆଇ ଏହି କାର୍ଯ୍ୟାନୁଷ୍ଠାନ ମାଷ୍ଟରକାର୍ଡ ତରଫରୁ ପେମେଣ୍ଟ ସିଷ୍ଟମ ଡାଟା ଷ୍ଟୋରେଜ ସହିଜ ଜଡ଼ିତ ନିୟମ ଉଲ୍ଲଂଘନ କରିବାର କାରଣ । ଆରବିଆଇ କହିଛି ଯେ, ପେମେଣ୍ଟ ସିଷ୍ଟମ ଡାଟାର ଷ୍ଟୋରେଜ ସହିତ ଜଡ଼ିତ ନିର୍ଦ୍ଦେଶ ପାଳନ କରିବାକୁ ପର୍ଯ୍ୟାପ୍ତ ସମୟ ଦିଆଯାଇଥିଲା ଏବଂ ସୁଯୋଗ ମିଳିବା ପରେ ବି ମାଷ୍ଟରକାର୍ଡ ଏହାକୁ ପାଳନ କରି ନଥିଲା । 

 

  • Tags:

Subscribe

National International State Sports Entertainment