ଏଟିଏମ୍‌ରୁ ଟଙ୍କା ଉଠାଇବା ନେଇ ଶୁଳ୍କ ବଢ଼ାଇଲା ରିଜର୍ଭ ବ୍ୟାଙ୍କ, ଏତିକି ଟଙ୍କା ଅତିରିକ୍ତ ଦେବେ ଗ୍ରାହକ
Khabar Odisha:Business-RBI-hikes-ATM-cash-withdrawal-fee-to-Rs-21-other-charges-also-increased

ନୂଆଦିଲ୍ଲୀ, ଜୁନ ୧୧ (ଖବର ଓଡ଼ିଶା): ଏଟିଏମ୍‌ରୁ କ୍ୟାଶ ଉଠାଉଥିବା ଗ୍ରାହକଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଣ ନେଇ ଶୁଳ୍କ ବୃଦ୍ଧି କରିଛି । ଏଟିଏମ୍‌ରୁ ତିନିରୁ ୫ଥର ଟଙ୍କା ଉଠାଣ ପୂର୍ବରୁ ଏହା ୨୦ ଟଙ୍କା ଥିଲା ବେଳେ ଏବେ ଏହା ୨୧ ଟଙ୍କା ହୋଇଛି । 

ଆରବିଆଇର ନୂତନ ନୀତି ଅନୁସାରେ ଗ୍ରାହକଙ୍କୁ ଏଟିଏମ୍‌ରୁ ୬ରୁ ଊର୍ଦ୍ଧ୍ୱ ଥର ଟଙ୍କା ଉଠାଣ ପାଇଁ ୨୧ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ । ଇଣ୍ଟରଚେନ ଶୁଳ୍କ ପାଇଁ ବର୍ତ୍ତମାନ ପରିପ୍ରେକ୍ଷୀରେ ବ୍ୟାଙ୍କ ୧୭ ଟଙ୍କା ନେବ । ପୂର୍ବରୁ ଏହା ୧୬ ଟଙ୍କା ଥିଲା । ଏଟିଏମ୍‌ରୁ ଟଙ୍କା ଉଠାଉ ନଥିଲେ ବି କେନ୍ଦ୍ରୀୟ ବ୍ୟାଙ୍କ ୬ଟଙ୍କା ଶୁଳ୍କ ଲଗାଇବ । ପୂର୍ବରୁ ଗ୍ରାହକଙ୍କୁ ଏଥି ପାଇଁ ୫ଟଙ୍କା ଦେବାକୁ ପଡୁଥିଲା । ବ୍ୟାଙ୍କ ପକ୍ଷରୁ ଘୋଷଣା ହୋଇଥିବା ବର୍ଦ୍ଧିତ ଦର ଆସନ୍ତା ଅଗଷ୍ଟ ୧ରୁ ଲାଗୁ ହେବ । ଗ୍ରାହକଙ୍କୁ ଅନ୍ୟ ବ୍ୟାଙ୍କର ଏଟିଏମ୍‌ରୁ ୩ଥର ଟଙ୍କା ଉଠାଇ ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଏହା ପରେ ଯଦି ଗ୍ରାହକ ଅନ୍ୟ ବ୍ୟାଙ୍କର ଏଟିଏମ୍‌ରୁ ଟଙ୍କା ଉଠାନ୍ତି, ତା’ହେଲେ ଶୁଳ୍କ ଦେବାକୁ ହେବ । 

 

  • Tags:

Subscribe

National International State Sports Entertainment