ଘୃଣ୍ୟ ଆର୍ଟ ୱାର୍କ ପାଇଁ ଶେଷରେ କ୍ଷମା ମାଗିଲା ୟୁକ୍ରେନ
Khabar Odisha:Ukraine-finally-apologizes-for-hateful-artwork
Khabar Odisha:3/05/2023

 ଶେଷରେ ହିନ୍ଦୁ ଘୃଣା ବିଶିଷ୍ଟ ଟ୍ୱିଟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ୟୁକ୍ରେନ ସରକାର। ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ଏମିନ ଝାପରୋଭା କହିଛନ୍ତି ଯେ ହିନ୍ଦୁ ମାନଙ୍କର ଆରାଧ୍ୟ ଦେବୀ ମା କାଳୀଙ୍କ ଫଟୋର ଦୁରୁପଯୋଗ କରାଯାଇଥିବାରୁ ଆମେ ଖୁବ ଦୁଃଖିତ । ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗତ କିଛି ଦିନ ତଳେ ଆର୍ଟ ଅଫ ୱାର୍କ ନାମରେ ମାତା କାଳୀଙ୍କ ଏକ ଫଟୋ ଥିବା ଏକ ଟ୍ୱିଟ କରା ଯାଇଥିଲା । ଏଥିରେ ୟୁକ୍ରେନ ଆକ୍ରମଣରେ ଉଠିଥିବା ବେଲୁନକୁ ମା କାଳୀଙ୍କ ସ୍କର୍ଟ ରୂପେ ଦେଖା ଯାଇଥିଲା । ଏମିନ ଝାପରୋଭା ମଙ୍ଗଳବାର ଦିନ ଟ୍ୱିଟ କରି ଏ ସମ୍ପର୍କରେ କ୍ଷମାପ୍ରାର୍ଥନା କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – “ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ହିନ୍ଦୁ ମାନଙ୍କର ଆରାଧ୍ୟ ଦେବୀ ମାତା କାଳୀଙ୍କ ଚିତ୍ରର ଦୁରୁପଯୋଗ କରିଥିବାରୁ ଆମେ ଦୁଃଖିତ । ୟୁକ୍ରେନର ଲୋକମାନେ ଭାରତୀୟ ସଂସ୍କୃତିକୁ ହୃଦୟରୁ ସମ୍ମାନ କରିଥାନ୍ତି ଓ ଭାରତର ସମର୍ଥନର ପ୍ରଶଂସା କରନ୍ତି । ଏହି ଚିତ୍ରକୁ ପୂର୍ବରୁ ହଟାଇ ଦିଆଯାଇଛି ।  ଆମେ ପରସ୍ପର ସମ୍ମାନ ଓ ମିତ୍ରତା ଭାବନାକୁ ବଢାଇବାକୁ ସଂକଳ୍ପବଦ୍ଧ ।” 

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଗତ ଏପ୍ରିଲ 30 ତାରିଖ ରବିବାର ଦିନ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦୁଇଟି ଫଟୋ ଶେୟାର କରାଯାଇଥିଲା । ଏଥିରେ ଗୋଟିଏ ଫଟୋରେ ଧୁଆଁର ବେଲୁନ ଭଳି ଦେଖିବାକୁ ମିଳିଥିଲା । ସେହିପରି ଅନ୍ୟ ଫଟୋରେ ଧୁଆଁ ମଧ୍ୟରେ ମା କାଳୀଙ୍କ ଆପତ୍ତିଜନକ ଫଟୋ ରହିଥିଲା ଯେଉଁଥିରେ ତାଙ୍କର ଜିଭ ବାହାରକୁ ବାହାରିଥିଲା । ଏହି ଫଟୋକୁ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ୱାର୍କ ଅଫ ଆର୍ଟ କ୍ୟାପସନ ସହ ଶେୟାର କରିଥିଲା । ଏହି ବିବାଦୀୟ ଫଟୋ ଜରିଆରେ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ମା କାଳୀଙ୍କୁ ହଲିଉଡର ଅଭିନେତ୍ରୀ ମର୍ଲିୱ ମୁନରୋଙ୍କ ସହ ତୁଳନା କରି ତାଙ୍କୁ ଅପସ୍କର୍ଟ ମୁମେଂଟରେ ଦେଖା ଯାଇଥିଲା ।  ତେବେ ମା କାଳୀଙ୍କ ଅପମାନ କରୁଥିବା ଏହି ଟ୍ୱିଟ ସାମନାକୁ ଆସିବା ପରେ ହିଁ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଏହାର ପ୍ରବଳ ପ୍ରତିବାଦ କରିଥିଲେ । ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହାକୁ ନେଇ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଥିଲେ । ସେମାନେ ଏହାକୁ ନେଇ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଚକିତ ଥିଲେ ଯେ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟର ସରକାରୀ ହ୍ୟାଣ୍ଡେଲ କିଭଳି ଭାବେ ହିନ୍ଦୁ ମାନ୍ୟତା ଗୁଡିକର ଉପହାସ କରୁଛି । ସେତେବେଳେ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଏହାକୁ ନେଇ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଠାରୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଥିଲେ । ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ  ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରୀ ଡ ଜୟଶଙ୍କର ଓ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀଙ୍କୁ ଟ୍ୟାଗ କରି ଏ ସମ୍ପର୍କରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । ସେ ଆହୁରି କହିଥିଲେ ଯେ ଯଦି ଭବିଷ୍ୟତରେ ୟୁକ୍ରେନ ଜାତିସଂଘରେ ଭାରତର ସହାୟତା ମାଗେ ତେବେ ତା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ ।  ଏହା ପରେ ଲଗାତାର  ଏହାର ବିରୋଧ ପରେ ଏହି  ହିନ୍ଦୁ ଘୃଣା ଓ ବିବାଦୀୟ ଟ୍ୱିଟକୁ ଡିଲିଟ କରି ଦିଆଯାଇଥିଲା । ଏବେ ସରକାରୀ ଭାବେ ୟୁକ୍ରେନ ଏ ନେଇ କ୍ଷମା ପ୍ରାର୍ଥନା କରିଛି । 

Subscribe

National International State Sports Entertainment