ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା । କାର୍ତ୍ତିକମାସର ପୂର୍ଣ୍ଣମୀ ଦିନରୁ ଆରମ୍ଭ ହୁଏ ବାଲିଯାତ୍ରା । କଟକ ହେଉଛି ବାଲିଯାତ୍ରା ପାଇଁ ପ୍ରସିଦ୍ଧ ସ୍ଥାନ । କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ସେଠାରେ ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ଚଳିତ ବର୍ଷ ବାଲିଯାତ୍ରାକୁ ମାତ୍ର ଆଉ କିଛିଦିନ ବାକି ରହିଲା । ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସାରିଲାଣି ।
ଏହି ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି କଟକ ସହର । ଏଥର ଐତିହାସିତ ବାଲିଯାତ୍ରା ପାଇ ବାଲିଯାତ୍ରାରେ ମିଳିବ ଦ୍ୱାରିକାର ଅନୁଭୂତି । ସମୁଦ୍ର ଭିତରେ ଲୀନ ହୋଇଯାଇଥିବା ଦ୍ୱାରିକା ଥିମ୍ରେ ସଜେଇ ହେବ କଟକ ଇନ୍ କଟକ ପାଭିଲିଅନ୍ । ଏନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଉଛି । ଦର୍ଶକମାନଙ୍କୁ ଆକର୍ଷିତ କରିବା ପାଇଁ ବାଲିଯାତ୍ରା ପଡିଆକୁ ନିଆରା ଭାବରେ ସୁସଜ୍ଜିତ କରାଯାଉଛି ।
ବଡ ବଡ କାଚ ଓ ଲୁହାର ଟନେଲ୍। ସେଥିରେ ବିରାଜମାନ କରିଥିବେ ଭଗବାନ ବିଷ୍ଣୁ । ଆହୁରି ମଧ୍ୟ ଜଳପରୀ ଏହାର ସୌନ୍ଦର୍ଯ୍ୟ ବଢାଇବ। ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ହେବାକୁ ଥିବା ଟନେଲ୍ ଆକ୍ଟାରିୟମ୍ ଖଞ୍ଜିବା ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇଛି । ଏହାକୁ ଅଧିକ ସୁନ୍ଦର କରିବା ପାଇଁ ନକଲି କୁମ୍ଭୀର ଓ ହାତୀ ଆସିଛି ପ୍ରବେଶ ପଥ ଓ ଭିତରେ ରଖାଯାଇ ଦର୍ଶକଙ୍କୁ ଆକର୍ଷିତ କରାଇବ ।
ପ୍ରଥମ ଥର ପାଇଁ ବାଲିଯାତ୍ରାରେ ଦେଖିବାକୁ ମିଳିବ ଟନେଲ୍ ଆକ୍ୱାରିୟମ୍। କେରଳରୁ ଟ୍ରକ୍ ଯୋଗେ ଆଣି ବାଲିଯାତ୍ରା ତଳ ପଡିଆରେ ଏହାକୁ ସ୍ଥାପନ କରାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା ୧୪ଟି ଟ୍ରକ୍ ଯୋଗେ ବିଭିନ୍ନ ସାମଗ୍ରୀ ଆସିଛି । ଏହାକୁ ଖଞ୍ଜିବା ପାଇଁ ପ୍ରାୟ ୫୦ ରୁ ୬୦ ଜଣ ଶ୍ରମିକ ଏବେଠାରୁ ଲାଗିପଡ଼ିଲେଣି । ବାକି ରହିଯାଇଥିବା ସାମଗ୍ରୀ ଆଉ ୧୨ ଟ୍ରକ ଯୋଗେ ଆସୁଛି । ଖାଲି ସେତିକି ନୁହେଁ ଉଡ଼ାଜାହାଜ ଯୋଗେ ରଙ୍ଗୀନ ମାଛ ମଧ୍ୟ ଆସିବ । ଏହା ୨୫ ତାରିଖରେ ପହଞ୍ଚିବା ପରେ ମାଛ ଗୁଡିକୁ ପରୀକ୍ଷା ମୂଳକ ଭାବରେ ରଖାଯିବ । ତେବେ ଆସିଥିବା ନକଲି କୁମ୍ଭୀର ଓ ହାତୀକୁ ପଡିଆରେ ରଖା ଯାଇଛି । ଏହାକୁ ଦେଖିବା ପାଇଁ ସେଠାରେ ଭିଡ ଲାଗି ରହୁଛି ।
ଅଧିକ ପଢନ୍ତୁ :୩୦ରୁ ଆରମ୍ଭ ବାଲିଯାତ୍ରା ପ୍ଲଟ ବୁକିଂ