କାର୍ତ୍ତିକପୂର୍ଣ୍ଣମୀ ଦିନରୁ ଆରମ୍ଭ ହୁଏ କଟକ ପ୍ରସିଦ୍ଧ ବାଲିଯାତ୍ରା । ତେବେ ବାଲିଯାତ୍ରା ପାଇଁ ଆଗରୁ ପ୍ଲଟ ବୁକିଂ କରାଯାଇଥାଏ । ଚଳିତ ବର୍ଷ ନଭେମ୍ବର ୨୭ରୁ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା । ଏଥିପାଇଁ ଆସନ୍ତା ୩୦ରୁ ଆରମ୍ଭ ହେବ ପ୍ଲଟ୍ ବୁକିଂ ପ୍ରକ୍ରିୟା । ପ୍ରଥମେ ପୃଷ୍ଠପୋଷକ ବା ପ୍ୟାଟ୍ରନ୍ମାନଙ୍କ ପାଇଁ ଅକ୍ଟୋବର ୩୦ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ଚାଲିବ । ତେବେ ନଭେମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।
ବାଲିଯାତ୍ରା ପାଇଁ ଦୁଇଟି ପ୍ରକାରର ପ୍ଲଟ ଆବଣ୍ଟନ କରାଯିବ । ପ୍ରଥମ ପୃଷ୍ଠପୋଷକ ପାଇଁ ୫ ହଜାରରୁ ୧୦ ହଜାର ବର୍ଗଫୁଟ ସ୍ଥାନ ନିର୍ଦ୍ଧାରିତ ହୋଇଛି। ଦ୍ଵିତୀୟ ପୃଷ୍ଠପୋଷକଙ୍କ ପାଇଁ ୧ ହଜାରରୁ ୫ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ସ୍ଥାନ ନିର୍ଦ୍ଧାରିତ ହୋଇଛି । ତେବେ ପ୍ଲଟ ସଂକ୍ରାନ୍ତୀୟ ସମସ୍ତ ସୂଚନା www.cuttack.nic.in କିମ୍ବା www.baliyatra.org ୱେବ୍ ସାଇଟ୍ ରେ ଉପଲବ୍ଧ ହେବ । ବର୍ଗଫୁଟ ପ୍ରତି ସର୍ବନିମ୍ନ ୫୦ ଟଙ୍କା ସାଧାରଣ ବ୍ୟବସାୟୀଙ୍କ ପାଇଁ ରଖାଯାଇ ଥିବାବେଳେ ପୃଷ୍ଠପୋଷକଙ୍କ ପାଇଁ ବର୍ଗଫୁଟ ୫ଶହ ଟଙ୍କା ରହିଛି । ସେହିପରି ସାଧାରଣ ବ୍ୟବସାୟୀଙ୍କ ପଞ୍ଜୀକରଣ ନଭେମ୍ବର ୪ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ନଭେମ୍ବର ୧୧ରୁ ନଭେମ୍ବର ୧୫ ଯାଏ ଚାଲିବ ନିଲାମ ପ୍ରକ୍ରିୟା ।
ଅଧିକ ପଢନ୍ତୁ :ଡିସେମ୍ବର ୧୫ରୁ ଆରମ୍ଭ ହେବ କୋଣାର୍କ 'ଇକୋ ରିଟ୍ରିଟ୍'