ଆଜି ପବିତ୍ର ବସନ୍ତ ପଞ୍ଚମୀ, ଧରାବତରଣ କଲେ ବିଦ୍ୟା ଦାୟିନୀ ହଂସ ବାହିନୀ ମା ସରସ୍ଵତୀ
Khabar Odisha:Saraswati-puja-is-today
ଭୁବନେଶ୍ୱର, ଫେବୃଆରୀ 16 ( ଖବର ଓଡ଼ିଶା):

 ଆଜି ପବିତ୍ର ବସନ୍ତ ପଞ୍ଚମୀ ଅର୍ଥାତ ସରସ୍ୱତୀ ପୂଜା । ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା ସରସ୍ୱତୀଙ୍କ ପୂଜା ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ପଲ୍ଲୀ ସହର  । ମାଘ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ଆରାଧ୍ୟ ଦେବୀ  ମା ସରସ୍ୱତୀଙ୍କ ମୂର୍ତ୍ତି ସ୍ଥାପନ କରି ଏହି ପୂଜା କରାଯାଏ । ଜ୍ଞାନ ଓ ବୁଦ୍ଧିଦାତ୍ରୀ ମା ସରସ୍ୱତୀଙ୍କ ଏହି ପୂଜା କଳାକାର ଓ ଛାତ୍ରଛାତ୍ରୀଙ୍କ ପାଇଁ ଅତି ମହତ୍ୱପୂର୍ଣ୍ଣ । ବିଦ୍ୟାପ୍ରାପ୍ତି ପାଇଁ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ସରସ୍ୱତୀଙ୍କ ପୂଜା କରାଯାଏ  । ମା ବୀଣାପାଣି କଣ୍ଠ ପ୍ରଦାନ କରିଥାନ୍ତି ।

ବିଦ୍ୟା ଦାୟିନୀ, ହଂସ ବାହିନୀ ଓ ଜ୍ଞାନ ଦାୟିନୀ ମା ସରସ୍ୱତୀଙ୍କ ପୂଜା ପ୍ରତିବର୍ଷ କରାଯାଏ । ପ୍ରତି ବର୍ଷ ମାଘ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କର ପୂଜାର୍ଚ୍ଚନା କରାଯାଏ । ଏହି ଦିନ ଛାତ୍ରଛାତ୍ରୀ ଓ କଳାକାର ହଂସ ବାହିନୀ , ଜ୍ଞାନ ଓ ବୁଦ୍ଧିଦାତ୍ରୀ ଦେବୀ ମା ସରସ୍ୱତୀଙ୍କ ପୂଜା କରିଥାନ୍ତି  । ଜ୍ଞାନ ଦାୟିନୀ ମା ସରସ୍ୱତୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟା, ଜ୍ଞାନ,ଧନ ଆଦି ପ୍ରଦାନ କରିଥାନ୍ତି । ପ୍ରତି ଶିକ୍ଷାନୁଷ୍ଠାନରେ ବସନ୍ତ ପଞ୍ଚମୀ ଦିନରେ ମା ସରସ୍ୱତୀଙ୍କ ପ୍ରତିମା ବସାଇ ପୂଜା କରାଯାଏ । ଛାତ୍ରଛାତ୍ରୀ ପୂଜାସ୍ଥାନକୁ ଅତି ସୁନ୍ଦର ଭାବେ ସଜାଇଥାନ୍ତି  । ପୁଷ୍ପମାଳା ସୁଶୋଭିତ ଦେବୀଙ୍କ ମୂର୍ତ୍ତି ଘଣ୍ଟ, ଘଣ୍ଟା ଏବଂ ଶଙ୍ଖ ଆଦି ବାଦ୍ୟ ବାଦନ ମଧ୍ୟରେ ପୂଜିତ ହୁଅନ୍ତି । କୁନ୍ଦପୁଷ୍ପ ଦେବୀ ସରସ୍ୱତୀଙ୍କର ଅତି ପ୍ରିୟ । ଭୋଗ ଭାବେ ଖଇ, ଉଖୁଡ଼ା, ନଡ଼ିଆ ଆଦି ବଢ଼ାଯାଇଥାଏ । 

ପଞ୍ଚାମୃତରେ ଦୁଧ, ଘିଅ, ଦହି, ମହୁ ଓ ଶର୍କରା ପକାଇ ଦେବୀଙ୍କୁ ପ୍ରଦାନ କରାଯାଏ । ଦେବୀ ସରସ୍ୱତୀଙ୍କ ଆଗରେ ହୋମ ମଧ୍ୟ କରାଯାଏ । ସରସ୍ୱତୀ ପୂଜା ଦିନ ପୁରାଣ ଗ୍ରନ୍ଥ ସହ ନିଜର ପୁସ୍ତକ ପୂଜା କରାଯାଏ । ଏହି ଦିନ ଧଳାବସ୍ତ୍ର, ଧଳାଫୁଲ, ଫଳ ମା'ଙ୍କୁ ଅର୍ପଣ କରାଯାଏ । ମା' ସରସ୍ୱତୀଙ୍କ ପୂଜାରେ ଦହି, ଧଳା ଫୁଲ, ଚନ୍ଦନ, ଆଖୁ, ଧଳା ବସ୍ତ୍ର, ମୋତି, ରୂପା, ଧଳାମାଳି ଅଳଙ୍କାର ,ଅଦା, ଅଁଳା, ଘିଅ, ନଡ଼ିଆ, ବରକୋଳି ଅର୍ପଣ କରାଯାଏ । ମା ସରସ୍ୱତୀ ଧଳା ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ମୁକ୍ତାହାର ପିନ୍ଧି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ୱେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । 

ଏହି ଦିନ ଛାତ୍ରଛାତ୍ରୀମାନେ ନୂତନ ବସ୍ତ୍ର ପରିଧାନ କରି ପୂଜାର୍ଚ୍ଚନା କରନ୍ତି । ମା ସରସ୍ୱତୀଙ୍କୁ ପୂଜା କରି ପୁଷ୍ପାଞ୍ଜଳୀ ଦେଇଥାନ୍ତି ଓ ସେଯାଏଁ ଉପବାସ ମଧ୍ୟ ରଖନ୍ତି  । ମା ପ୍ରସନ୍ନ ହୋଇ ଛାତ୍ରଛାତ୍ରୀଙ୍କ ଜ୍ଞାନ ପ୍ରଦାନ କରିଥାନ୍ତି ।

  • Tags:

Subscribe

National International State Sports Entertainment