ଚୁଡାନ୍ତ ହେଲା ନିତି ନିର୍ଘଣ୍ଟ ୨୦ ରେ ଗଡିବ ଲିଙ୍ଗରାଜଙ୍କ ରୁକୁଣା ରଥ
Khabar Odisha:Rukuna-Rath-Yatra-of-Lord-Lingaraj-Celebrated-as-prepared-plan-by-the-temple-commite

 ଚୁଡାନ୍ତ ହେଲା ନିତି ନିର୍ଘଣ୍ଟ ୨୦ ରେ ଗଡିବ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର,୪ଏପ୍ରିଲ(ଖବର ଓଡିଶା); ସମସ୍ତ ଆଶଙ୍କା ଏଡାଇ ଲିଙ୍ଗରାଜ ମାହାପ୍ରଭୁଙ୍କ ରଥ ଟଣା ନେଇ ନିତି ନିର୍ଘଣ୍ଟ ସ୍ତିର ହୋଇଛି । ଆଶନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ ରୁକୁଣା ରଥ ଟଣା ଏଥିନେଇ କାର୍ଯ୍ୟସୂଚି ପ୍ରସ୍ତୁତ କରାଯାଇଛି । 

ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ରଥଯାତ୍ରକୁ ପରିଚାଳନା କରାଯିବ ବୋଲି କାର୍ଯ୍ୟନିର୍ବାହି ଅଧିକାରି ସୂଚନା ଦେଇଛନ୍ତି, କିପରି କରୋନା ମାର୍ଗଦର୍ଶକାକୁ ପାଳନ କରି ରଥଯାତ୍ରକୁ ସଫଳତାର ସହିତ ପାଳନ କରାଯିବ ସେଥିପାଇିଁ ପୁର୍ବ ପ୍ରସ୍ତୁତି କରାଯିବ ବୋଲି ସେ କହିଛନ୍ତି । 

ଚଳିତ ବର୍ଷ ରଥ କାମ ହେଉଥିବା ମହାଖଳା ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ଲଗାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଆସନ୍ତା ସମନ୍ବୟ ବୈଠକରେ ରଥ ଟଣା ସମୟରେ ମୋହର ବାଜିବ ବୋଲି ମନ୍ଦିର କାର‌୍ୟ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କମାର ଦାଶ କହିଛନ୍ତି।

  • Tags:

Subscribe

National International State Sports Entertainment