ଆଜି ଧନୁ ସଂକ୍ରାନ୍ତି, ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି
Khabar Odisha:Pahili-bhoga-rituals-in-srimandira
ଭୁବନେଶ୍ୱର, ଡିସେମ୍ବର 15 ( ଖବର ଓଡ଼ିଶା):

 ଆଜି ହେଉଛି ଧନୁ ସଂକ୍ରାନ୍ତି ।  ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆଜିଠୁ ଏକମାସ ଯାଏଁ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି । 

ସକାଳୁ ଠାକୁରଙ୍କ ପହିଲି ଭୋଗ ନୀତି ହୋଇଛି । ଧନୁ ସଂକ୍ରାନ୍ତିଠାରୁ ଆସନ୍ତା ୧୪ ମକର ସଂକ୍ରାନ୍ତି ଯାଏଁ ପହିଲି ଭୋଗ ନୀତି ପାଳନ କରାଯିବ । କିମ୍ବଦନ୍ତୀ ଅନୁସାରେ, ମା ଲକ୍ଷ୍ମୀ ଏହି ସମୟରେ ବାପଘରକୁ ଯାଇଥିବାକୁ ଯଶୋଦା ଅତି ଆଗ୍ରହର ସହ ଶ୍ରୀକୃଷ୍ଣଙ୍କ ପାଇଁ ସ୍ୱାଦିଷ୍ଟ ପିଠା ତିଆରି କରି ପରସିଦେଇଥାନ୍ତି  ।

ଏହାକୁ ନେଇ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ହେଉଛି । ପହିଲି ଭୋଗରେ ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାରର ଭୋଗ ଅର୍ପଣ କରାଯିବ । ଶ୍ରୀମନ୍ଦିର ପ୍ରଶାସନ  ଓ ସେବାୟତଙ୍କ ମଧ୍ୟରେ ସମନ୍ୱୟ ରଖି  ନୀତିକାନ୍ତି ଶୃଙ୍ଖଳିତ କରିବାକୁ ନିଷ୍ପତି ହୋଇଛି । ଏହି ଅବସରରେ ଶ୍ରୀକ୍ଷେତ୍ରର ବିଭିନ୍ନ ଅନୁଷ୍ଠାନ ଓ ଘରେ ଘରେ ପହିଲି ଭୋଗ ହେବାର ପରମ୍ପରା ରହିଆସିଛି । 

  • Tags:

Subscribe

National International State Sports Entertainment