ASI ର ‘ଜାତୀୟ ସ୍ମାରକୀ ମହତ୍ତ୍ୱ’ ଅଧୀନରେ ଭୁବନେଶ୍ୱରର କପିଲେଶ୍ୱର ମନ୍ଦିର
Khabar Odisha:Kapileshwar-Temple-in-Bhubaneswar-under-ASIs-National-Monumental-Significance
ଖବର ଓଡିଶା : 10/05/2023

ASIର ଐତିହ୍ୟ ସ୍ଥଳ ତାଲିକାରେ ସ୍ଥାନ ପାଇବ ଭୁବନେଶ୍ୱରର କପିଳେଶ୍ୱର ମନ୍ଦିର। ଭୁବନେଶ୍ୱର ସାଂସଦ ଆପରାଜିତା ଷଡ଼ଙ୍ଗୀ ଏନେଇ ସୂଚନା ଦେଇଛନ୍ତି l ନିଜ ଟ୍ୱିଟରରେ ସୂଚନା ଦେଇ ଅପରାଜିତା ଷଡ଼ଙ୍ଗୀ ଲେଖିଛନ୍ତି, “କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ, ପୁରୁଣା ଭୁବନେଶ୍ୱର ସ୍ଥିତ କପିଳେଶ୍ୱର ମନ୍ଦିରକୁ 'ଜାତୀୟ ସ୍ମାରକୀ ମହତ୍ତ୍ୱ' ଭାବରେ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି। ମନ୍ଦିର ପୁରୋହିତଙ୍କ ଅନୁରୋଧ କ୍ରମେ ମୁଁ କିଛି ଦିନ ପୂର୍ବରୁ ମନ୍ଦିର ପରିଦର୍ଶନ କରିଥିଲି ଏବଂ ସ୍ଥାନୀୟବାସିନ୍ଦାଙ୍କ ସହ ଆଲୋଚନା କରିଥିଲି | ପୂର୍ବରୁ ଅପରାଜିତା ଏହି ପ୍ରସଙ୍ଗରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଗତ ମାସ ୪ ତାରିଖରେ ସାକ୍ଷାତ କରିଥିଲେ।

ଗତ ୫ ତାରିଖରେ ସସ୍କୃତି ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଗେଜେଟ୍ ଅଫ୍ ଇଣ୍ଡିଆରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଐତିହ୍ୟ ସମ୍ପନ୍ନ କପିଳେଶ୍ୱର ମନ୍ଦିରକୁ ASIର ସୁରକ୍ଷିତ ଐତିହ୍ୟ ତାଲିକାରେ ସ୍ଥାନ ଦେବାକୁ ପୂର୍ବରୁ ଦାବି ହୋଇ ଆସୁଥିଲା। ଏବେ କେନ୍ଦ୍ର ସଂସୃତି ମନ୍ତ୍ରାଳୟର ପଦକ୍ଷେପ ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି।

Subscribe

National International State Sports Entertainment