ବେଲପତ୍ର। ଭଗବାନ ଶିବଙ୍କ ପ୍ରିୟ। ଯାହାକୁ ଶିବଲିଙ୍ଗରେ ଅର୍ପଣ କଲେ ଆପଣଙ୍କୁ ଅପୂର୍ବ ଫଳ ପ୍ରାପ୍ତି ହେବ। କିନ୍ତୁ ଆପଣ ଜାଣନ୍ତି କି ଏହ ବେଲପତ୍ର ତୋଳିବା ଓ ଲାଗି କରିବାକୁ ବିଭିନ୍ନ ନିୟମ ରହିଛି। ଅମାବାସ୍ୟା, ସଂକ୍ରାନ୍ତି ଓ ସୋମବାରରେ ବେଲପତ୍ର କେବେ ତୋଳିବା ଉଚିତ ନୁହେଁ। କିନ୍ତୁ ବେଲପତ୍ର ଶଙ୍କରଙ୍କ ଅତିପ୍ରିୟ ହୋଇଥିବାରୁ ନିଷିଦ୍ଧ ଦିବସର ପୂର୍ବରୁ ତୋଳିଥିବା ବେଲପତ୍ର ଲାଗି ହେଲେ କୌଣସି ଅସୁବିଧା ନାହିଁ। ବେଲପତ୍ର, ଧୂତୁରା ଉତ୍ପନ୍ନ ସମୟରେ ଏହା ମୁହଁ ଉପରକୁ ହୋଇଥାଏ, ଏଣୁ ଚଢାଇବା ସମୟରେ ଏହାର ମୁହଁ ଉପରକୁ କରି ଚଢେଇବା ଉଚିତ୍। ଡାହାଣ ହାତର ପାପୁଲିକୁ ସିଧାକରି ମଧ୍ୟମା ଓ ଅନାମିକା ଆଙ୍ଗୁଠି ସାହାର୍ଯ୍ୟରେ ଫୁଲ ଓ ବେଲପତ୍ର ଚଢେଇବା ଦରକାର।
ଭଗବାନ ଶିବଙ୍କୁ ଅର୍ପଣ କରିବା ପାଇଁ, ଗଛରୁ ବେଲପତ୍ର ତୋଳିଲା ବେଳେ ଗୋଟିଏ ମନ୍ତ୍ର ବୋଲିବା ଉଚିତ। ମନ୍ତ୍ରଟି ହେଉଛି, ଅମୃତୋଦ୍ବେବ ଶ୍ରୀବୃକ୍ଷ ମହାଦେବପ୍ରିୟହ ସଦା, ଗୃହାମି ତଵ ପତ୍ରାଣି ଶିବପୂଜାର୍ଥମାଦରାତ। ପରେ ଏହାକୁ ତେୋଳି, ଦୁଦୁରା ଫୁଲ ଓ ଦୁଗ୍ଧ ସହ ଶିବଲିଙ୍ଗ ଉପରେ ଚଢାନ୍ତୁ।
ଭଗବାନ ଶିବଙ୍କ ଉପରେ ଚଢ଼ାଯାଇଥିବା ଫୁଲ ଓ ବେଲପତ୍ରକୁ ଆଙ୍ଗୁଠି ଓ ତର୍ଜନୀ ସହାୟତାରେ କାଢ଼ିବା ଦରକାର, ନଚେତ୍ ଭଗବାନ ଶିବ ରୁଷ୍ଟ ହୁଅନ୍ତି ବୋଲି କୁହାଯାଏ। ପୁରାଣରେ କୁହାଯାଇଛି ଯେ ଯଦି କୌଣସି ବ୍ୟକ୍ତି ଅଖଣ୍ଡ ବେଲପତ୍ରରେ ଭଗବାନ ଶିବଙ୍କୁ ଥରେ ମାତ୍ର ପୂଜା କଲେ ମଧ୍ୟ ସେ ସମସ୍ତ ସୁଖ ଭୋଗ କରି ସମସ୍ତ ପାପରୁ ମୁକ୍ତି ପାଇଥାଏ।
ଶିବଙ୍କୁ ଲାଗି ହେବାକୁ ଥିବା ବେଲପତ୍ର ଅଖଣ୍ଡ ହେବା ଆବଶ୍ୟକ। ମାନେ ଏହା କଟା, ଫଟା ଏବଂ ପତ୍ର ମଝିରେ ଯେପରି କୌଣସି କଣା ନଥିବ ସେଥିପ୍ରତି ଧ୍ୟାନ ଦେବେ। ବେଲପତ୍ର ପଛରେ ଥିବା ନାଡ଼ ଛିଡିଥିବା ଦରକାର। ବେଲପତ୍ର ଚଢ଼ାଯିବାବେଳେ ଆପଣଙ୍କ ମୁହଁ ଉତ୍ତର କିମ୍ବା ପୂର୍ବ ଦିଗକୁ ରହିବା ଉଚିତ। ଏ ସବୁ ନିୟମ ସହ ଓଁ ନମଃ ଶିବାୟ ଜପ କରି ବେଲପତୟ୍ର ଚଢାଇଲେ ଅଭିଷ୍ଟ ପୂରଣ ହୁଏ।
ଅଧିକ ପଢନ୍ତୁ :ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ