ଶେଷ ହେଲା ପହଣ୍ଡି, ଝୁଲି ଝୁଲି ପହଣ୍ଡିରେ ଆସି ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି
Khabar Odisha:Car-festival-in-puri
ଭୁବନେଶ୍ୱର, ଜୁନ 23 ( ଖବର ଓଡ଼ିଶା):

 ସରିଛି ପହଣ୍ଡି । ରଥରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ଚକ୍ରରାଜ ସୁଦର୍ଶନ ଏବଂ ପରେ ବଡ ଭାଇ ବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରା ଓ  ଶେଷରେ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡିବିଜେ ନୀତି ହୋଇଛି ।

ଧାଡି ପହଣ୍ଡିରେ ରଥକୁ ବିଜେ କରିଛନ୍ତି ତିନି ଠାକୁର । ଜଗତର ନାଥ ଜଗନ୍ନାଥ ଟାହିଆ ହଲାଇ ରତ୍ନବେଦୀରୁ ଓହ୍ଲାଇଆସିଛନ୍ତି ବଡଦାଣ୍ଡକୁ । କରୋନା କଟକଣା ପାଇଁ ଏଥର ମହାପ୍ରଭୁଙ୍କୁ ନିକଟରେ ଦର୍ଶନ କରିପାରିବେନି ଭକ୍ତ । କିନ୍ତୁ ହଟିଆ କାଳିଆ ସାଆନ୍ତଙ୍କ ଅପରୂପ ଦର୍ଶନ ଭକ୍ତମାନେ ଘରେ ବସି ରଥଯାତ୍ରାର ସିଧାପ୍ରସାରଣ ଦେଖିପାରିବେ ।

ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରାଯାଇଛି । ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଶ୍ରୀମନ୍ଦିରରୁ ତାଳଧ୍ଵଜରେ  ରଥାରୁଢ଼ ପାଇଁ ଅଣାଯିବା ପରେ ଭଉଣୀ ସୁଭଦ୍ରାଙ୍କୁ ଧାଡି ପହଣ୍ଡିରେ ଦେବଦୋଳନ ରେ ରୁଢାରୁଢ଼ କରାଯାଇଛି । ଭାଇ ଭଉଣୀଙ୍କ ପହଣ୍ଡି ବିଜେ ପରେ ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ହୋଇଛି ।

ମହାପ୍ରଭୁଙ୍କ ରଥଯାତ୍ରାର ମୁଖ୍ୟ ଆକର୍ଷଣ ରଥଗଡ଼ିବା କାମ ଆଜି ମଧ୍ୟାହ୍ନ ୧୨ଟାରୁ ହେବ ବୋଲି ନୀତିନିର୍ଘଣ୍ଟ ହୋଇଛି । ଏହା ପୂର୍ବରୁ ଚାରମାଳଫିଟା, ଘୋଡ଼ା ଓ ସାରଥୀ ଲାଗିବ । ରଥ ଉପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିବେ । ଶ୍ରୀଜିଉମାନଙ୍କର ପହଣ୍ଡି ୭ଟାରୁ ଆରମ୍ଭ ହୋଇ ବର୍ତ୍ତମାନ ସରିଛି । ଏହାପରେ ରଥଉପରେ ମଦନମୋହନ ବିଜେ ହେବେ । ପୂର୍ବାହ୍ନ ୧୦ଟାରୁ ୧୦ଟା ୩୦ ମଧ୍ୟରେ ଚିତାଲାଗି, ୧୧ରୁ ୧୧ଟା ୩୦ ମଧ୍ୟରେ ବେଶ ଶେଷ ହେବ ।

  • Tags:

Subscribe

National International State Sports Entertainment