ବାହୁଡିବେ ମହାପ୍ରଭୁ : ଆସନ୍ତା କାଲି ଦିନ ୧୨ ଟାରୁ ଆରମ୍ଭ ହେବ ଶ୍ରୀବିଗ୍ରହଙ୍କ ପହଣ୍ଡି
Khabar Odisha:Bahuda-Yatra-Rituals

ପୁରୀ, ଜୁଲାଇ ୧୯ (ଖବର ଓଡ଼ିଶା): ଆଉ କେଇ ଘଣ୍ଟା ପରେ ଆରମ୍ଭ ହେବ ମହାପ୍ରଭୁଙ୍କ ବାହୁଡା ଯାତ୍ରା । ଏନେଇ ସବୁ ପ୍ରସ୍ତୁତି ଶେଷ ହୋଇଛି । ଆଜି ବାହୁଡା ଯାତ୍ରାର ସମସ୍ତ ନୀତି କାନ୍ତି ପାଇଁ ସମୟ ସ୍ଥିର କରାଯାଇଛି ।

ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ବସିଥିବା ଏକ ବୈଠକରେ ଚତୁର୍ଦ୍ଦାମୂରତିଙ୍କ ବାହୁଡା ନୀତିର ସମୟ ନିର୍ଘଣ୍ଟ କରାଯାଇଛି । ଆସନ୍ତା କାଲି ଦିନ ୧୨ ଟାରେ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହେବାକୁ ଥିବା ବେଳେ ଅପରାହ୍ନ ୪ ଟାରେ ରଥଟଣା କାର୍ଯ୍ୟକ୍ରମ ଆରମ୍ଭ ହେବ ।

ଏଥିପାଇଁ ଶ୍ରୀବନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

 

ଆସନ୍ତା କାଲି ଦିନ ୧୨ ଠାରୁ ଦିନ ୨.୩୦ ମଧ୍ୟରେ ପହଣ୍ଡି କାର୍ଯ୍ୟ କରାଯିବାର ସମୟ ନିର୍ଘଣ୍ଟ ହୋଇଥିବା ବେଳେ ୨.୩୦ ରୁ ଅପରାହ୍ନ ୩ ଟା ମଧ୍ୟରେ ଛେରାପହଁରା ନୀତି ଶେଷ କରିବାକୁ ଧାର୍ଯ୍ୟ କରାଯାଇଛି ଓ ଅପରାହ୍ନ ୩ ଟାରୁ ୪ ମଧ୍ୟରେ ଘୋଡା ଯୋଚା ଓ ଅନ୍ୟାନ ନୀତି କାନ୍ତି ଶେଷ ହେବା ପରେ ଅପରାହ୍ନ ୪ ଟାରୁ ରଥଟଣା କାର୍ଯ୍ୟ ଆରମ୍ଭ କରାଯିବ ।

ତେବେ ବାହୁଡା ଯାତ୍ରା ପାଇଁ ଆଜି ଠାରୁ ପୁଣୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଲଗାଯିବ । ଆଜି ରାତି ୮ ଟାରୁ ୨୧ ତାରିଖ ରାତି ୮ ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପୁରୀ ସହରରେ କର୍ଫ୍ୟୁ ଜାରି ରହିବ ।

  • Tags:

Subscribe

National International State Sports Entertainment