ଆଉ ମାସେ ପରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ । ଏଥିପାଇଁ ପାଇଁ ଆଜି ଧାର୍ଯ୍ୟ ହୋଇଛି ଶୁଭ ଲଗ୍ନ । ବଲାଙ୍ଗୀରର ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଅନୁଯାୟୀ ଲଗ୍ନ ସମୟ ଧାର୍ଯ୍ୟ କରାଯାଇଛି । ରାଶି ନକ୍ଷତ୍ର ଏବଂ ପୂର୍ବ ପରମ୍ପରା ଅନୁଯାୟୀ ଆସନ୍ତା ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତଥା ସେପ୍ଟେମ୍ବର ୨୦ ତାରିଖ ପୂର୍ବାହ୍ନ ୧୦ଟା ୨୮ରୁ ୧୦ଟା ୪୧ ମିନିଟ୍ ପର୍ଯ୍ୟନ୍ତ ଶୁଭ ମୁହୂର୍ତ୍ତ ରହିଛି ତେଣୁ ସେହିଦିନ ବଲାଙ୍ଗିର ଜିଲ୍ଲାବାସୀ ନବାନ୍ନ ଭକ୍ଷଣ କରିବେ ।
ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିର ସିଦ୍ଧାନ୍ତ କ୍ରମେ ଏହି ଲଗ୍ନ ଧାର୍ଯ୍ୟ ହୋଇଛି । ପାଟଣେଶ୍ୱରୀ ଏବଂ ମହାରାଜାଙ୍କ ରାଶି ନକ୍ଷେତ୍ରକୁ ନେଇ ଏହି ଲଗ୍ନ ବାହାରିଥାଏ । ନୁଆଁଖାଇ ଦିନ ଏହି ସମୟରେ ବଲାଙ୍ଗୀରବାସୀନୂଆ ଖାଇବେ । ପରମ୍ପରା ଅନୁସାରେ, ଇଷ୍ଠଦେବଙ୍କ ପାଖରେ ଏକ ସ୍ୱତନ୍ତ୍ର ପ୍ରକାରର ଧାନ ଲାଗି କରାଯାଏ । ପରେ ସେହି ନୂଆଧାନର ଚାଉଳରେ ରନ୍ଧା ହୋଇଥିବା ଖାଦ୍ୟକୁ ଭୋଗ ଲଗାଯାଇ ପ୍ରସାଦ ଭାବେ ଗ୍ରହଣ କରାଯାଇଥାଏ ।
ଅଧିକ ପଢନ୍ତୁ;- ନିଖୋଜ ୫ ଓଡ଼ିଶା ମତ୍ସ୍ୟଜୀବୀଙ୍କର ମିଳିଲା ପତ୍ତା