ଶ୍ରୀକାକୁଲମ୍ ଜିଲ୍ଲାର ବାରୁଭା ସମୁଦ୍ରରୁ ୧୫ ଘଣ୍ଟା ପରେ ଠାବ ହେଲେ ଅପହୃତ ୫ ଓଡ଼ିଶା ମତ୍ସ୍ୟଜୀବୀ। ସମୁଦ୍ର ଅଶାନ୍ତ ଥିବାରୁ ସେମାନେ ସଠିକ ସମୟରେ କୂଳରେ ପହଞ୍ଚି ପାରି ନାହାନ୍ତି କିନ୍ତୁ ଘଟଣାସ୍ଥଳରେ ଛତ୍ରପୁର ପୋଲିସ୍ ଏସଡିପିଓ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ପୋଲିସ୍ ଓ ଗାଁର କିଛି ମତ୍ସ୍ୟଜୀବୀ ସମୁଦ୍ର ପାଖରେ ଉପସ୍ଥିତ ଅଛନ୍ତି ।
ସୂଚନା ଅନୁଯାୟୀ , ୧୫ ଘଣ୍ଟା ପରେ ଶ୍ରୀକାକୁଲମ୍ ଜିଲ୍ଲାର ବାରୁଭା ସମୁଦ୍ରରୁ ଅପହୃତ ୫ ଓଡ଼ିଶା ମତ୍ସ୍ୟଜୀବୀଙ୍କର ମିଳିଲା ପତ୍ତା । ଗତକାଲି ଗଞ୍ଜାମ ଜିଲ୍ଲା ସାନ ଆର୍ଯ୍ୟପଲ୍ଲୀ ଗାଁର ୧୯ଜଣ ମତ୍ସ୍ୟଜୀବୀ ସକାଳେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ୫ଜଣକୁ ଅପହରଣ କରି ଅଟକ ରଖିଥିଲେ ଆନ୍ଧ୍ର ମତ୍ସ୍ୟଜୀବୀ । ଦୁଇଟି ଡଙ୍ଗାରେ ୧୯ ଜଣ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ନୋ ଫିସିଙ୍ଗ ଜୋନରେ ମାଛ ମାରୁଥିବା ବେଳେ ଏହାକୁ ବିରୋଧ କରିଥିଲେ ଆନ୍ଧ୍ର ମତ୍ସ୍ୟଜୀବୀ । ପରେ ଏହାକୁ ନେଇ ବଚସା ହୋଇଥିଲା ଫଳରେ ୫ଜଣ ମତ୍ସ୍ୟଜୀବୀଙ୍କୁ ଜୋର ଜବରଦସ୍ତ ଏକ ଟ୍ରଲରେ ଅପହରଣ କରି ନେଇଥିଲେ । ଅପହରଣ ହୋଇଥିବା ୫ ମତ୍ସ୍ୟଜୀବୀ ହେଲେ କେ .ବାବାଜୀ, ଏନ୍ . କାମେୟା, ବି. ମୋହନ, ଜି .ଏରେୟା ଓ ଜି. ଜାଙ୍ଗାଲ ।
ଅଧିକ ପଢନ୍ତୁ ; ନିଶା ମାଫିଆଙ୍କ ଆକ୍ରମଣରେ ଏସଆଇ ଆହତ