ରାଜଧାନୀରେ ନିଶା ମାଫିଆଙ୍କ ଆତଙ୍କ । ଗତକାଲି ଧଉଳି ଥାନା ନିକଟସ୍ଥ ନିଶା ମାଫିଆଙ୍କ ଆଡ୍ଡା ଉପରେ ଚଢ଼ାଉ କରିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି ଧଉଳି ଥାନା ଏସଆଇ ରମେଶ ଭୋଳ। ନିଶା ମାଫିଆମାନଙ୍କ ଆକ୍ରମଣରେ ରମେଶଙ୍କ ମୁଣ୍ଡ ଫାଟି ଯାଇଛି। ତେଣୁ ତାଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଘଟଣାସ୍ଥଳରୁ ୪ ଜଣଙ୍କୁ ଗିରଫ କରିଛି ପୋଲିସ।
ସୂଚନା ମୁତାବକ , ରାଜଧାନୀରେ ମାତିଛନ୍ତି ନିଶା ମାଫିଆ। ଧଉଳି ଥାନା ଏସବିଆଇ ସମ୍ମୁଖରେ ଥିବା ଏକ ପରିତ୍ୟକ୍ତ ଘରେ କିଛି ଲୋକ ନିଶା କାରବାର ଚଲାଇଥିବା ଧଉଳି ଥାନା ପୁଲିସ କୌଣସି ସୁତ୍ରରୁ ଖବର ପାଇଥିଲା। ଗତକାଲି ରାତିରେ ଧଉଳି ଥାନା ଏସଆଇ ରମେଶ ଭୋଳ ପୁଲିସ ଟିମ୍କୁ ନେଇ ପରିତ୍ୟକ୍ତ ଘରେ ଚଢ଼ାଉ କରିବାକୁ ପିସିଆର ଭ୍ୟାନ ନେଇ ପହଞ୍ଚିଥିଲେ। ଏହି ସମୟରେ ମାଫିଆ ମାନେ ଏସଆଇଙ୍କ ମୁଣ୍ଡକୁ ହାତୁଡ଼ିରେ ବାଡେଇଥିଲେ। ଫଳରେ ଆକ୍ରମଣରେ ଶିକାର ହୋଇଥିବା ପୋଲିସ ଏସଆଇ ଆହତ ଅବସ୍ଥାରେ ଡାକ୍ତର ଖାନରେ ଭର୍ତ୍ତି ହୋଇଛନ୍ତି। ସେପଟେ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ।