ଭୁବନେଶ୍ୱର, ଏପ୍ରିଲ 26( ଖବର ଓଡ଼ିଶା):
ଆଜି ପବିତ୍ର ଅକ୍ଷୟ ତୃତୀୟା । କରୋନା ମୁକାବିଲା ପାଇଁ ଲକ୍ ଡାଉନ୍ ଯୋଗୁଁ ଶ୍ରୀମନ୍ଦିର ପରିସରରେ ଅକ୍ଷୟ ତୃତୀୟା ନୀତି ସହ ରଥକାଠ ଆଜି ଅନୁକୂଳ ହେବ।
କରୋନା ମୁକାବିଲା ପାଇଁ ଲକ୍ ଡାଉନ୍ ଥିବାରୁ ସମସ୍ତ ନୀତିକାନ୍ତି ଶ୍ରୀମନ୍ଦିର ଭିତରେ ହିଁ ଅନୁଷ୍ଠିତ ହେବ। ଚାହାଣି ମଣ୍ଡପ ଓ ସ୍ନାନ ମଣ୍ଡପର ମଧ୍ୟବର୍ତ୍ତୀ ସ୍ଥାନରେ ବନଯାଗ ବିଦ୍ଧିରେ ରଥ ଅନୁକୂଳ କାମ କରାଯିବ। ପୂର୍ବରୁ ୧୧ ଜଣ ଶୋତ୍ରୀୟ ବ୍ରାହ୍ମଣ ଓ ୨ କ୍ଷତ୍ରୀୟ ପୁରୋହିତ ଏହି କାମ ସମାପନ କରୁଥିବାବେଳେ ଚଳିତ ଥର ଏହି ସଂଖ୍ୟା ୭କୁ ସୀମିତ କରାଯାଇଛି।
୩ ଖଣ୍ଡ ଧଉରା କାଠରେ ରଥ ଅନୁକୂଳ ନୀତି ହେବ। ଏହି ଧଉରା କାଠକୁ ଶ୍ରୀମନ୍ଦିର ଭିତରକୁ ନିଆଯାଇ ସ୍ନାନ ମଣ୍ଡପ ନିକଟ ଚାହାଁଣୀ ମଣ୍ଡପ ନିକଟରେ ରଖାଯାଇଛି।