ବାପା ଏବଂ ପ୍ରିୟ ସାଙ୍ଗକୁ ଭିନ୍ନ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସୁହାନା
Khabar Odisha:bollywood-suhana-khan-wishes-dad-shah-rukh-khan-and-bff-shanaya-kapoor-on-their-birthday-
ମୁମ୍ବାଇ, ନଭେମ୍ବର ୦୨ (ଖବର ଓଡ଼ିଶା):

 ବଲିଉଡର ବାଦଶାହଙ୍କ ଝିଅ ସୁହାନା ଖାନ୍ ନଭେମ୍ବର ୨ତାରିଖରେ ୨ଜଣ ବଡ଼ ଖାସ୍ ବ୍ୟକ୍ତିଙ୍କ ଜନ୍ମଦିନ ସେଲିବ୍ରେଟ୍ କରଛନ୍ତି। ବାପା ଶାହରୁଖ ଖାନଙ୍କ ଏବଂ ବେଷ୍ଟ ଫ୍ରେଣ୍ଡ ଶନାୟା କପୁରଙ୍କ। ଶନାୟା କପୁର ଅଭିନେତା ସଞ୍ଜୟ କପୁରଙ୍କ ଝିଅ। ଉଭୟଙ୍କୁ ସୁହାନା ଖାନ୍ ବହୁତ ଭଲ ପାଆନ୍ତି। ସେମାନେ ତାଙ୍କ ଜୀବନର ଅଂଶ ବୋଲି ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତି।

ଉଭୟଙ୍କ ବୟସ ବ୍ୟବଧାନକୁ ନେଇ ସୁହାନା ଖାନ୍ ଲାଟେଷ୍ଟ୍ ପୋଷ୍ଟରେ ଅଳ୍ପ ଥଟ୍ଟା କରିଛନ୍ତି। ସୁହାନା ହୃଦୟରୁ ଉଭୟଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।ସୁହାନା ଖାନ୍ ଗତ ବର୍ଷର ଫଟୋ ସେୟାର କରିଛନ୍ତି। ଏଥିରେ ସେ ଉଭୟଙ୍କ ସହ ଫ୍ରେମ୍ ସେୟାର କରୁଥିବା ନଜର ଆସିଛନ୍ତି। ‌ଗୋଟିଏ ପଟେ ଶାହରୁଖ ଖାନ୍ ବସିଥିବାବେଳେ ଅନ୍ୟ ପଟେ ବେଷ୍ଟ ଫ୍ରେଣ୍ଡ ଶନାୟା କପୁର ବସିଛନ୍ତି।

ଶାହରୁଖ ଖାନ୍ ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ଶନାୟା କପୁର ୨୧ତମ ଜନ୍ମଦିନ ପାଳନ କରୁଛନ୍ତି। ଫଟୋ ସେୟାର କରି ସୁହାନା ଖାନ୍ ଲେଖିଛନ୍ତି ଯେ ହାପ୍ପି ବାର୍ଥଡେ ମୋ ବେଷ୍ଟଫ୍ରେଣ୍ଡସ । ଏହା ପରେ ସୁହାନା ଉଭୟଙ୍କ ବୟସ ଉପରେ ଧ୍ୟାନ ଦେଇ କହିଛନ୍ତି ଯେ ୫୫ ଏବଂ ୨୧ । ସୁହାନା ଖାନ୍ ୨ଟି ଜେନେରେସନର ଲୋକଙ୍କ ସହ ଭଲ ବଣ୍ଡ୍ ସେୟାର କରନ୍ତି।ଏବର୍ଷ ଶାହରୁଖ ଖାନ୍ ପୂରା ପରିବାର ସହ ଦୁବାଇରେ ଅଛନ୍ତି।

  • Tags:

Subscribe

National International State Sports Entertainment