ଗୁଜରାତ, କର୍ଣ୍ଣାଟକ ପରେ ଏବ ମଧ୍ୟ ପ୍ରଦେଶର କଂଗ୍ରେସର ‘ଟେମ୍ପୁଲ ରନ’ ପ୍ଲାନ
Khabar Odisha:bhakt-avataar-after-gujarat-karnataka-congress-plans-temple-run-in-mp
ଭୋପାଳ, ଅକ୍ଟୋବର୦୯(ଖବର ଓଡ଼ିଶା):

ଗତ ଦେଢ ଦଶନ୍ଧିରୁ ମଧ୍ୟପ୍ରଦେଶର ସରକାରରୁ ବାହାରେ ଥିବା କଂଗ୍ରେସ ଏଥର କ୍ଷମତାକୁ ଫେରିବା ପାଇଁ  ଅଣ୍ଟା ଭିଡିଛି। ଏହି ଆଧାରରେ ଦଳ ଅନେକ ପ୍ରକାର ପ୍ରୟାସ କରୁଛି। ୨୦୦୩ରେ ହିନ୍ଦୁତ୍ଵକୁ ବିରୋଧ କରୁଥିବା କଂଗ୍ରେସ ଏବେ ୨୦୧୮ରେ ହିନ୍ଦୁତ୍ଵର ରଥରେ ବସି ନିର୍ବାଚନୀ ବୈତରଣୀ ପାରି ହେବାକୁ ଆଶା ରଖିଛି। ୧୫ ବର୍ଷ ପୂର୍ବେ ଦିଗବିଜୟ ସିଂହଙ୍କ ନେତୃତ୍ଵରେ କଂଗ୍ରେସ ହିନ୍ଦୁତ୍ଵକୁ ବିରୋଧ କରିଥିଲା। ମାତ୍ର ଏବେ ସମୟ ବଦଳି ଯାଇଛି। ଏହି ୧୫ ବର୍ଷ ମଧ୍ୟରେ ଦେଶର ରାଜନୀତିରେ ଅନେକ ପରିବର୍ତ୍ତନ ଆସିଛି।  ପାର୍ଟି ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ‘ଶିବ ଭକ୍ତ’, ‘ରାମ ଭକ୍ତ’ ଓ ‘ନର୍ମଦା ଭକ୍ତ’ ରୂପେ ଉପସ୍ଥାପନ କରୁଛି।

ଦିଗବିଜୟ ସିଂହ କରିଥିଲେ ବିରୋଧ

୨୦୦୩ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ‘ପୋଙ୍ଗା ପଣ୍ଡିତ’ ଟୁର ବିଜେପିର ଧାର୍ମିକ ପ୍ରୟାସକୁ ବିଫଳ କରିବା ଉପରେ ପର୍ଯ୍ୟବେସିତ ଥିଲା। ବିଜେପି ଭିଦିସାରେ ଗୋ ହତ୍ୟା ପ୍ରସଙ୍ଗକୁ ଜୋରଦାର ଉଠାଇଥିଲା। ମାତ୍ର ଦିଗବିଜୟ ସିଂହ ହିନ୍ଦୁତ୍ଵକୁ ସେହି ସମୟରେ ଜୋରଦାର ବିରୋଧ କରିଥିଲେ।

୨୦୦୩ରେ ବିଜେପି ହିନ୍ଦୁତ୍ଵକୁ କରିଥିଲା ଏଜେଣ୍ଡା

ବିଜେପି ଦ୍ଵାରା ଉମା ଭାରତୀଙ୍କୁ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷିତ କରିବା କାରଣରୁ କଂଗ୍ରେସ ସେହି ସମୟରେ ନିଜକୁ ଧର୍ମନିରପେକ୍ଷତା ଦର୍ଶାଇବାରେ ମସଗୁଲ ଥିଲା। ଦିଗବିଜୟ ସିଂହ  ସେହି ସମୟରେ ପାର୍ଟି ୟୁନିଟରେ କୌଣସି ପ୍ରକାରର ଧାର୍ମିକ ଏଜେଣ୍ଡାକୁ ବିରୋଧ କରିଥିଲେ। ମାତ୍ର ବିଜେପି ହିନ୍ଦୁତ୍ଵ ଏଜେଣ୍ଡାକୁ ବହୁତ ଜୋରସୋରରେ ଉଠାଇଥିଲା।

୧୫ ବର୍ଷର ବନବାସ ପରେ ହିନ୍ଦୁତ୍ଵ ରାସ୍ତାରେ କଂଗ୍ରେସ

ମଧ୍ୟ ପ୍ରଦେଶରେ କ୍ରମାଗତ ୩ଟି ନିର୍ବାଚନରେ ପରାଜିତ ହେବା ପରେ ଏଥର କଂଗ୍ରେସର ଆବଭାବରେ ପରିବର୍ତ୍ତନ ଆସିଥିବା ଦେଖିବାକୁ ମିଳିଛି। ରାହୁଲ ଗାନ୍ଧୀଙ୍କ କୈଳାସ ମାନସରୋବର ଯାତ୍ରା ପରେ ତାଙ୍କୁ ଶିବ ଭକ୍ତ ରୂପେ କଂଗ୍ରେସ ପକ୍ଷରୁ ଉପସ୍ଥାପିତ କରାଯାଉଛି।  ଏହା ବ୍ୟତୀତ ଚିତ୍ରକୂଟ ଯାତ୍ରା ପରେ ରାହୁଲଙ୍କୁ ରାମ ଭକ୍ତର ରୂପ ଦର୍ଶାଯାଇଥିଲା। ଜବଲପୁରରେ ରାହୁଲଙ୍କୁ ମା ନର୍ମଦାଙ୍କ ଭକ୍ତ ରୂପେ ଦେଖାଯାଇଥିଲା। ଗୁଜରାତ, ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ରାହୁଲ ଗାନ୍ଧୀଙ୍କ ଟେମ୍ପୁଲ ରନର ବହୁତ ଚର୍ଚ୍ଚା ହୋଇଥିଲା। 

ରାହୁଲଙ୍କୁ କୁହାଯାଉଛି ‘ଶିବ ଭକ୍ତ’

ମଧ୍ୟ ପ୍ରଦେଶରେ କଂଗ୍ରେସ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ପ୍ରସ୍ତୁତି ଜୋରଦାର କରିଛି। ପାର୍ଟି ଏବେ  ହିନ୍ଦୁତ୍ଵ ରାସ୍ତାକୁ ଆପଣେଇଛି। ପାର୍ଟି ଏବେ ଗାଈ ସଂରକ୍ଷଣ ସହିତ ପ୍ରତି ପଞ୍ଚାୟତରେ ଗୋଟିଏ ଗୋଶାଳା ନିର୍ମାଣର କଥା କହୁଛି।  କଂଗ୍ରେସ ପୋଷ୍ଟରରେ ରାହୁଲଙ୍କୁ ନିଜର ଅଣ ଅଜା ଜବାହରଲାଲ ନେହେରୁଙ୍କ ପରି ପଣ୍ଡିତ ଦର୍ଶାଯାଉଛି।  ଚିତ୍ରକୂଟରେ ରାହୁଲ ଗାନ୍ଧୀଙ୍କ ଯାତ୍ରା କାମତାନାଥ ମନ୍ଦିରରେ ପୂଜା କରିବା ପରେ ଆରମ୍ଭ ହୋଇଥିଲା। କୁହାଯାଏ ଯେ ଭଗବାନ ରାମ ନିଜର ୧୪ ବର୍ଷର ବନବାସରୁ ୧୧ ବର୍ଷ ଏଠାରେ ବିତାଇଥିଲେ। 

Subscribe

National International State Sports Entertainment