୨୦୧୯ ନିର୍ବାଚନରେ ୩୦-୩୫% ସଂଖ୍ୟାଲଘୁ ବିଜେପିକୁ ଦେବେ ଭୋଟ: ମୁଖତାର ଅବାସୀ
Khabar Odisha:Mukhtar-Abbas-Naqvi-says-30-to-35-pc-minorities-to-vote-for-bjp

ନୂଆଦିଲ୍ଲୀ, ଜୁଲାଇ ୦୯ (ଖବର ଓଡ଼ିଶା): କେନ୍ଦ୍ରମନ୍ତ୍ରୀ ମୁଖତାର ଅବାସୀ ନକବୀ ରବିବାର କହିଛନ୍ତି, ମୁସଲମାନ ସହିତ ୩୦ରୁ ୩୫ ପ୍ରତିଶତ ଅଳ୍ପସଂଖ୍ୟକ ୨୦୧୯ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ମଦଦାନ ଦେବେ। ବିରୋଧୀ ଦଳ ଦ୍ୱାରା ଅଳ୍ପସଂଖ୍ୟକ ସଂପ୍ରଦାୟ ଲୋକଙ୍କୁ ଧମକ ଦିଆଯାଉଛି। ସରକାର ସମସ୍ତଙ୍କ ବିକାଶ ପାଇଁ କାମ କରୁଛନ୍ତି ବୋଲି ନକବୀ କହିଛନ୍ତି। ସଂଖ୍ୟାଲଘୁ ମାନଙ୍କ ବିକାଶ ପାଇଁ ଏନଡିଏ ସରକାର କାମ କରୁଛନ୍ତି। ସଂଖ୍ୟାଲଘୁ ସଂପ୍ରଦାୟଙ୍କ ମଧ୍ୟରେ ଏହା ବିଶ୍ୱାସ ସୃଷ୍ଟି ହୋଇଛି ଯେ, ମୋଦି ସରକାରରେ ବିକାଶ ହୋଇଛି। ସମାଜର ତୃଣମୂଳ ସ୍ତରରେ ଥିବା ଲୋକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ମୋଦି ସରକାର କାମ କରୁଛନ୍ତି। 

ନକବୀ କହିଛନ୍ତି, ବର୍ଷ ୨୦୧୪ରେ କେନ୍ଦ୍ରରେ ବିଜେପି ସରକାର ଆସିଥିଲା। ସେହି ସମୟରେ ବିରୋଧୀ ଦଳର ନେତାମାନେ ସରକାରଙ୍କ ବିରୋଧରେ  ପ୍ରଚାର କରିଥିଲେ। ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ଡରାଇବା ପାଇଁ ଅଭିଯାନ ଚଳାଇଥିଲା। ପୁରସ୍କାର ଫେରାଇବା ପାଇଁ ଦେଶର ବିଶିଷ୍ଟ ଲୋକଙ୍କୁ ଏକାଠି କରିବାକୁ ଉଦ୍ୟମ କରିଥିଲା।  ଆମେ ଏହା କହି ପାରିବା ନାହିଁ ଯେ, ୭୦ ବର୍ଷ ହେବ ବିଛା ଯାଇଥିବା ବିଷକୁ ପୂରା ଶେଷ କରିପାରିବା କିନ୍ତୁ ଏକ ସକରାତ୍ମକ ଉଦ୍ୟମ କରିପାରିବା। ୨୦୧୪ ନିର୍ବାଚନରେ ୧୮ରୁ ୨୦ ପ୍ରତିଶତ ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ବିଜେପିକୁ ମତଦାନ କରିଥିଲେ। ମୋର ଆଶା ଯେ ଆଗାମୀ ସାଧାରଣ ନିର୍ବାଚନରେ ୩୦ରୁ ୩୫ ପ୍ରତିଶତ ଭୋଟ ବିଜେପିକୁ ମିଳିବ। ଦେଶର ବିକାଶ ଯାତ୍ରାକୁ ଜାରି ରଖିବା ପାଇଁ ସଂଖ୍ୟାଲଘୁ ସଂପ୍ରଦାୟ ବିଜେପିକୁ ଭୋଟ ଦେବେ। 

  • Tags:

Subscribe

National International State Sports Entertainment