ଶଶି ଥରୁର ଦେଲେ ବିବାଦୀୟ ବୟାନ, କହିଲେ ବିଜେପି ଜିିତିଲେ ଭାରତ ହିନ୍ଦୁ ପାକିସ୍ଥାନ ହୋଇଯିବ
Khabar Odisha:Contravention-statement-of-sashi-tharoor
ଭୁବନେଶ୍ୱର, ଜୁଲାଇ ୧୨(ଖବର ଓଡ଼ିଶା) :

 ଆଗକୁ ଆସୁଛି ସାଧାରଣ ନିର୍ବାଚନ । ୨୦୧୯ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ବୟାନ ବାଜି । କଂଗ୍ରେସ ନେତା ଶଶି ଥରୁର ବିଜେପି ଉପରେ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି । ତିରୁଅନନ୍ତପୁରମର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଥରୁର କହିଛନ୍ତି ବିଜେପି ଯଦି ୨୦୧୯ରେ ନିର୍ବାଚିତ ହେବ ତେବେ ଦେଶ ହିନ୍ଦୁ ପାକିସ୍ଥାନ ହୋଇଯିବ ।

ସେ କହିଛନ୍ତି ଯେ ବିଜେପି ଯଦି ଜିତିବ ତେବେ ସେ ନୂଆ ସମ୍ବିଧାନ ଲେଖିବ, ଯେଉଁଥିରେ ଏହି ଦେଶ ପାକିସ୍ଥାନରେ ପରିଣତ ହେବାର ମାର୍ଗକୁ ପ୍ରଶସସ୍ତ କରାଇବ, ଯେଉଁଠାରେ ସଂଖ୍ୟାଲଘୁ ମାନଙ୍କ ଅଧିକାରକୁ କୌଣସି ସମ୍ମାନ କରାଯିବ ନାହିଁ । ଥରୁରଙ୍କ ହିନ୍ଦୁ ପାକିସ୍ଥାନ ବୟାନର କଡ଼ା ଜବାବ ଦେଇଛି ବିଜେପି । ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଥରୁରଙ୍କ ଏଭଳି ବୟାନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭୁଲ ମାଗନ୍ତୁ ବୋଲି ଦାବୀ କରିଛନ୍ତି । ପାକିସ୍ଥାନ ଭାବେ ଗଢି ତୋଳିବାରେ କଂଗ୍ରେସର ପ୍ରମୁଖ ଭୂମିକା ଥିବା ସମ୍ବିତ କହିଛନ୍ତି । ଶଶି ଥରୁର ପୁଣି ଥରେ ଭାରତର ସମ୍ମାନ ହାନୀ କରିବା ସହିତ ଭାରତର ହିନ୍ଦୁମାନଙ୍କୁ ବଦନାମ କରିବାର କାମ କରିଛନ୍ତି । 

  • Tags:

Subscribe

National International State Sports Entertainment