ସ୍ୱାସ୍ଥ୍ୟ: ସୁନ୍ଦର ଦେଖାଯିବା ପାଇଁ ବ୍ୟବହାର କରନ୍ତୁ ଏହି କ୍ୟାପସୁଲ, ମିଳିବ ଅନେକ ଲାଭ
Khabar Odisha:Vitamin-e-oil-6-big-benefits-for-skin-hair-and-eyes

ନୂଆଦିଲ୍ଲୀ, ନଭେମ୍ବର ୧୮ (ଖବର ଓଡ଼ିଶା): ବର୍ଦ୍ଧିତ ପ୍ରଦୂଷଣରୁ ମୁକ୍ତି ପାଇବା ତଥା ମୁହଁ ଓ ଚର୍ମ ଫାଟିବା ଏବଂ ବାଳ ସମସ୍ୟାର ସମାଧାନ ପାଇଁ ଭିଟାମିନ-ଇ କ୍ୟାପସୁଲ ବ୍ୟବହାର କରିପାରିବେ । ଏହି କ୍ୟାପସୁଲ ବ୍ୟବହାର କଲେ ବାଳ ଚମତ୍କାର ଦେଖାଯିବ । ସେହିଭଳି ତ୍ୱଚା ମଧ୍ୟ ସୁନ୍ଦର ଦେଖାଯିବ । ଭିଟାମିନ-ଇ କ୍ୟାପସୁଲ ଆପଣଙ୍କ ନିକଟରେ ଥିବା ଔଷଧ ଦୋକାନରେ ମିଳିଯିବ । ଏହି ବଟିକାକୁ ବ୍ୟୁଟି ଭିଟାମିନ କୁହାଯାଇଥାଏ । 

ଭିଟାମିନ-ଇ ବ୍ୟବହାର କରିବା ଦ୍ୱାରା ବାଳର ସୁନ୍ଦରତା ବୃଦ୍ଧି ପାଇଥାଏ । ପ୍ରତିଦିନ ରାତି ଭୋଜନ ପରେ ବାଦାମ ଅଥବା ନଡିଆ ତେଲ ସହିତ ମିଶାଇ ଏହାକୁ ମୁଣ୍ଡରେ ଲଗାନ୍ତୁ । ରାତି ପାହିଲେ ମୁଣ୍ଡକୁ ସାମ୍ପୁରେ ଭଲ ଭାବରେ ଧୋଇ ଦିଅନ୍ତୁ । ଆପଣ ଚାହିଁଲେ ଏହାକୁ ମୁହଁରେ ଅଥବା ଗଳାରେ ଲଗାଇପାରିବେ । 

ଆଖି ପତା ତଳେ କଳା ପଡ଼ି ଯାଇଥିଲେ ଭିଟାମିନ-ଇ ବ୍ୟବହାର କରିପାରିବେ । ଭିଟାମିନ-ଇ ତୈଲ ସହିତ ଆଖି ପତା ତଳେ ଲଗାଇ ରାତି ସାରା ଛାଡ଼ିଦିଅନ୍ତୁ । କିଛି ଦିନ ପରେ ଏଥିରୁ ଫଳ ମିଳିଯିବ । କେବଳ ସେତିକି ନୁହେଁ ଭିଟାମିନ-ଇ ବ୍ୟବହାର କଲେ ଓଠର ଚମକ ବଢ଼ାଇଥାଏ । ଗର୍ଭବତୀ ସମୟରେ ସର୍ବାଧିକ ଷ୍ଟ୍ରେଚ ମାକର୍ସ ସମସ୍ୟା ଦୂର କରିଥାଏ ଭିଟାମିନ-ଇ । 

 

  • Tags:

Subscribe

National International State Sports Entertainment