ସୁଝି ପାରିଲେନି ଋଣ, ବିଷ ପିଇ ଆତ୍ମହତ୍ୟା କଲେ ଚାଷୀ
Khabar Odisha:Farmer-Suicide-in-Kalahandi
ଭବାନୀପାଟଣା , ଅଗଷ୍ଟ ୫(ଖବର ଓଡ଼ିଶା):

 ଓଡିଶା ପରି ଏକ କୃଷିପ୍ରଧାନ ରାଜ୍ୟରେ ଚାଷୀଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି । ଋଣ ଭାର ବୋଝକୁ ଫସଲ ହାନିରେ ବିବ୍ରତ ହୋଇ ନିରୀହ ଚାଷୀ ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ମାଦିଗୁଡା ଗାଁରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଚାଷୀ ଜଣକ ବାହାଦୂର ରାଣା ହୋଇଥିବା ଜଣାପଡିଛି । 

ଅଭିଯୋଗ ଅନୁଯାୟୀ, ବାହାଦୂର ୪ ଏକର ଜମିରେ କପା ଚାଷ କରିବାକୁ ୪ ଲକ୍ଷ ଟଙ୍କା ଋଣ କରିଥିଲେ। ଚାଷ ଉପଯୋଗୀ ବର୍ଷା ନହେବାରୁ କପା ଫସଲ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯିବାରୁ ଗତକାଲି ଋଣବୋଝରେ ଚାପଗ୍ରସ୍ତ ହୋଇ ବାହାଦୂର ବିଷ ପିଇ ଦେଇଥିଲେ। ଖବର ପାଇ ଆଜି ପରିବାର ଲୋକ ତାଙ୍କୁ ବିଲରୁ ଉଦ୍ଧାର କରି ଟିଟିଲାଗଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

  • Tags:

Subscribe

National International State Sports Entertainment