ନିଟ୍: ସୁପ୍ରିମକୋର୍ଟ ଦେଲେ ବଡ଼ ଆଶ୍ଵସ୍ତି, ୨୫ରୁ ଅଧିକ ବୟସର ଛାତ୍ର-ଛାତ୍ରୀ ଏବେ କରି ପାରିବେ ଆବେଦନ
Khabar Odisha:supreme-court-allows-medical-aspiring-students-who-are-25-years-of-age-or-above-to-appear-in-neet-2019
ନୂଆଦିଲ୍ଲୀ,ନଭେମ୍ବର୨୯(ଖବର ଓଡ଼ିଶା):

ସୁପ୍ରିମକୋର୍ଟ ନ୍ୟାସନାଲ ଏଲିଜିବିଲିଟି ଆଣ୍ଡ ଏଣ୍ଟ୍ରାସ ଟେଷ୍ଟ(ଏନଇଇଟି) ପାଇଁ ପରୀକ୍ଷାର୍ଥୀଙ୍କ ସର୍ବାଧିକ ବୟସ ସୀମା ଉପରେ ସିବିଏସଇ ନେଇଥିବା ନିଷ୍ପତ୍ତି ଉପରେ ଅନ୍ତରୀଣ ରୋକ୍ ଲଗାଇଛନ୍ତି। ଏହା ବ୍ୟତୀତ  କୋର୍ଟ ନିଟ୍ ପରୀକ୍ଷା ପାଇଁ ଆବେଦନ କରିବାର ଅନ୍ତିମ ତାରିଖ ମଧ୍ୟ ବୃଦ୍ଧି କରିବାକୁ ଆଦେଶ ଦେଇଛନ୍ତି। କୋର୍ଟ ଗୁରୁବାର ୨୫ ବର୍ଷ କିମ୍ବା ଏଥିରୁ ଅଧିକ ବୟସର ଛାତ୍ରଙ୍କୁ ନିଟ୍ ଅଣ୍ଡରଗ୍ରାଜୁଏଟ ପରୀକ୍ଷା ୨୦୧୯ରେ ସାମିଲ ହେବାକୁ ଅନୁମତି ଦେଇଛନ୍ତି। ମାତ୍ର ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରୀକ୍ଷାର୍ଥୀଙ୍କ ନାମ ଲେଖା କୋର୍ଟଙ୍କ ଅନ୍ତିମ ନିଷ୍ପତ୍ତି ଉପରେ ନିର୍ଭର କରେ।

ନିଟ୍ ୨୦୧୯ ପାଇଁ ଆବେଦନ କରିବାର ଅନ୍ତିମ ତାରିଖ ନଭେମ୍ବର ୩୦  ରହିଛି। କିନ୍ତୁ ସୁପ୍ରିମକୋର୍ଟ ଆଜିର ଶୁଣାଣିରେ  ଆବେଦନ କରିବାର ଅନ୍ତିମ ତିଥିକୁ ଗୋଟିଏ ସପ୍ତାହ ବଢାଇବାକୁ ଆଦେଶ ଦେଇଛନ୍ତି। ଯାହା ଫଳରେ ବୟସ ସୀମା କାରଣରୁ ଆବେଦନ କରି ପାରୁନଥିବା  ଛାତ୍ର-ଛାତ୍ରୀ ମଧ୍ୟ ଏବେ ନିଟ୍ ପାଇଁ ଆବେଦନ କରି ପାରିବେ। ସୂଚନାଯୋଗ୍ୟ ଭିନ୍ନ ଭିନ୍ନ ରାଜ୍ୟର ୧୦ ଛାତ୍ରଙ୍କ ଏକ ସମୂହ ନିଟ୍ ପାଇଁ ବୟସ ସୀମା ସ୍ଥିର କରିବାର ସିବିଏସଇ ନିଷ୍ପତ୍ତି ବିରୋଧରେ  ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ନିଟ୍ ମେଡ଼ିକାଲର ପାଠ ପଢା ପାଇଁ ଏଲିଜିବିଲିଟି ଟେଷ୍ଟ ରହିଛି ଏବଂ ଏଥିରେ ଉତ୍ତୀର୍ଣ୍ଣ ହେବା ପରେ ହିଁ ଛାତ୍ରଙ୍କୁ ମେଡ଼ିକାଲ କଲେଜରେ ନାମ ଲେଖାଇବା ପାଇଁ ସୁଯୋଗ ମିଳିଥାଏ। ନିଟର ଆୟୋଜନ ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଗଜାମିନେସନ(ସିବିଏସଇ)କରିଥାଏ।  ସିବିଏସଇ ନିଟ୍ ପାଇଁ ବୟସ ସୀମା ସ୍ଥିର କରିଥିଲା। ସିବିଏସଇ ମୁତାବକ ୨୫ରୁ ଅଧିକ ବୟସର ଛାତ୍ର-ଛାତ୍ରୀ ପରୀକ୍ଷାରେ ସାମିଲ ହୋଇ ପାରିବେ ନାହିଁ। ମାତ୍ର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଛାତ୍ର-ଛାତ୍ରୀଙ୍କୁ ବଡ଼ ଆଶ୍ଵସ୍ତି ଦେଇଛି। 

Subscribe

National International State Sports Entertainment