ଛାତ୍ର ମାନଙ୍କ ପାଇଁ ଆସିଲା ଏକ ବଡଖବର । କେନ୍ଦ୍ର ସରକାର ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ୨୦୨୪ -୨୦୨୫ ଶିକ୍ଷା ଅଧିବେଶନରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା କରାଯିବ । ଛାତ୍ରମାନଙ୍କ ପରୀକ୍ଷା ଚାପକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି ।
ସୂଚନା ମୁତାବକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଛାତ୍ରମାନଙ୍କ ଉପରେ ସର୍ବଦା ପରୀକ୍ଷାର ଚାପ ରହିଥାଏ । ସେ ବୋର୍ଡ ପରୀକ୍ଷା ହେଉ କି JEE ଏବଂ NEET ପରୀକ୍ଷା । ଯାହା ଫଳରେ ସେମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି । ପରିସ୍ଥିତିର ଗମ୍ଭୀରତାକୁ ବିଚାର କରି ଛାତ୍ରଛାତ୍ରୀମାନେ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷାରେ ଦେବାର ସୁଯୋଗ ପ୍ରଦାନ କରିଛନ୍ତି ଜାତୀୟ ଶିକ୍ଷା ନୀତି (NEP) । ଏହା ଛାତ୍ରଛାତ୍ରୀଙ୍କ ଇଚ୍ଛା ଉପରେ ନିର୍ଭର ଏହା ସେମାନଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ । କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି ଯେଉଁ ଛାତ୍ରମାନେ ଦୁଇଥର ବୋର୍ଡ ପରୀକ୍ଷାରେ ଦେବେ, ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ରୁ ଚୂଡାନ୍ତ ମାର୍କ ବାଛିବା ଯିବ । ଏହି ବ୍ୟବସ୍ଥା ପରୀକ୍ଷା ଚାପକୁ ହ୍ରାସ କରିବାରେ ସାହାଯ୍ୟ କରିବ । ପରବର୍ତ୍ତୀ ଏକାଡେମିକ୍ ଅଧିବେଶନରେ ଅର୍ଥାତ୍ ୨୦୨୪ -୨୦୨୫ ରେ ଏହି ନୀତି ଆପଣାଇବାକୁ ସିବିଏସ୍ଇ କୁ ନିର୍ଦ୍ଦେଶ ଦିଆଯାଇଛି । ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ ହେବା ପରେ ରାଜ୍ୟ ଶିକ୍ଷା ବୋର୍ଡ ମଧ୍ୟ ଏହି ନୀତି ଅନୁସରଣ କରିବେ ।
ଅଧିକ ପଢନ୍ତୁ : ଦୀର୍ଘ ୫ ଶହ ବର୍ଷର ତ୍ୟାଗରେ ଅନ୍ତ :ବିରାଜିଲେ ରାମଲାଲା