2024-25 ଶିକ୍ଷାବର୍ଷ ଆରମ୍ଭ ହୋଇଛି। ସିବିଏସ୍ଇ ଅଧୀନ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏନ୍ସିଇଆର୍ଟି (NCERT) ଦ୍ବାରା ପ୍ରଚଳିତ ପାଠ୍ୟପୁସ୍ତକ ବଜାରରେ ଉପଲବ୍ଧ ହେଉନାହିଁ। ୩ୟ ଓ ୬ଷ୍ଠ ଶ୍ରେଣୀର ବହି ପ୍ରକାଶିତ ହୋଇନଥିବାରୁ ଛାତ୍ରଛାତ୍ରୀ, ଭିଭାବକ, ସ୍କୁଲ କର୍ତ୍ତୃପକ୍ଷ ଚିନ୍ତାରେ। ସେପଟେ ବଜାରରେ ନକଲି ପାଠ୍ୟପୁସ୍ତକ ଛାଇ ଗଲାଣି। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏନ୍ସିଇଆର୍ଟି କର୍ତ୍ତୃପକ୍ଷ ଅନ୍ଲାଇନ୍ରେ କିଛି କିଛି ପାଠ୍ୟପୁସ୍ତକ ଛାଡ଼ିଛନ୍ତି।
ଏହାର ଫାଇଦା ନେଇ କେତେକ ପ୍ରକାଶନୀ ସଂସ୍ଥା ନିଜସ୍ଵ ଲୋଗୋ ଲଗାଇ ପାଠ୍ୟପୁସ୍ତକ ଛାପିବା ସହ ତାହାକୁ ବଜାରକୁ ଛାଡ଼ିଥିବା ନଜରକୁ ଆସିଛି। ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକମାନେ ମଧ୍ୟ ସେହି ପାଠ୍ୟପୁସ୍ତକଗୁଡ଼ିକୁ ଚଢ଼ା ମୂଲ୍ୟରେ କିଣି ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦେଉଛନ୍ତି ।
ଅନ୍ୟପଟେ ୱେବସାଇଟ୍ରେ ଥିବା ପାଠ୍ୟପୁସ୍ତକକୁ କପି କରି ପ୍ରକାଶନୀ ସଂସ୍ଥାଗୁଡ଼ିକ ପାଠ୍ୟପୁସ୍ତକ ପ୍ରକାଶ କରୁଛନ୍ତି। ଯାହାକି କପି ରାଇଟ୍ ଆଇନକୁ ଉଲଂଘନ କରୁଛି | ଏହା ନଜରକୁ ଆସିବା ପରେ ଏନ୍ସିଇଆର୍ଟି କର୍ତ୍ତୃପକ୍ଷ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।
ଅଧିକ ପଢନ୍ତୁ :ମହୁମାଛି ଆକ୍ରମଣରେ ୧୦ରୁ ଉର୍ଦ୍ଧ୍ବ ଆହତ