ଜୁନ୍‌ରେ ଗଡିବ ଅତ୍ୟାଧୁନିକ ସୁବିଧାଯୁକ୍ତ ପ୍ରଥମ ତେଜସ୍‌ ଟ୍ରେନ୍‌
Khabar Odisha:tejas-train-will-run-in-June
ନୂଆଦିଲ୍ଲୀ,ଏପ୍ରିଲ ୩୦(ଖବର ଓଡିଶା): ଆଧୁନିକ ସୁବିଧା ଥିବା ପ୍ରଥମ ତେଜସ୍‌ ଏକ୍ସପ୍ରେସ୍‌  ଆସନ୍ତା ଜୁନ୍‌ରୁ ମୁମ୍ବାଇ ଓ ଗୋଆ ମଧ୍ୟରେ ଚାଲିବ । ଏହାର ଯାତ୍ରୀମାନଙ୍କୁ ବିଶିଷ୍ଟ ଖାଦ୍ୟ ରନ୍ଧାଳୀମାନଙ୍କ ହାତରୁ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ମିଳିବ । ଟ୍ରେନ୍‌ରେ ଚାଓ କଫି ଦେବା ଯନ୍ତ୍ର ମଧ୍ୟ ଉପଲବ୍ଧ । ପ୍ରତ୍ୟେକ ସିଟ୍‌ରେ ଏଲ୍‌ସିଡି ସ୍କ୍ରିନ୍‌ ସହ ଓ୍ୱାଇ ଫାଇ ସୁବିଧା ମଧ୍ୟ ରହିବ । ଯାହାଦ୍ୱାରା ଯାତ୍ରୀ ଟ୍ରେନ୍‌ର ଗତିବିଧି ଜାଣିବା ସହ ନିଜ ସୁରକ୍ଷା ସୂଚନା ମଧ୍ୟ ପାଇପାରିବେ । ଏହା ଦେଶର ପ୍ରଥମ ଟ୍ରେନ୍‌ ହେବ ଯେଉଁଥିରେ ସବୁ ବଗିରେ ଅଟୋମେଟିକ୍‌ ଡୋର୍‌ କ୍ଲୋଜିଂ ବ୍ୟବସ୍ଥା ଅଛି । ଏହା ସହ ଦୁଇ ବଗିର ମଝି ଅଂଶକୁ ମଧ୍ୟ ସୁରକ୍ଷିତ ଭାବରେ ଯୋଡା ଯାଇଛି ।
 
ତେଜସ୍‌ରେ ପରିଷ୍କାର ପରିଚ୍ଛନ୍ନତାକୁ ସର୍ବାଗ୍ରେ ରଖି ଅତ୍ୟାଧୁନିକ ପ୍ରଣାଳୀରେ ଶୌଚାଳୟ ତିଆରି ହୋଇଛି । ଯେଉଁଥିରେ ସବୁ ପ୍ରକାର ଆଧୁନିକ ବ୍ୟବସ୍ଥା ରହିଛି ।  ଟ୍ରେନ୍‌ ଭିତର ରଙ୍ଗ ସହ ବାହାରର ରଙ୍ଗ ସମାନ ରହିବ । ଏହି ଟ୍ରେନ୍‌ରେ ୨୨ଟି ନୂଆ ଫିଚର୍ସ ରହିଥିବା ବେଳେ ନିଆଁ ଓ ଧୂଆଁର ପୂର୍ବାନୁମାନ ଲଗାଇ ରୋକିବାର ବ୍ୟବସ୍ଥା ମଧ୍ୟ ରହିଛି ।
 
ଖବର ଅନୁସାରେ ବର୍ତ୍ତମାନ ସମୟରେ ଅଟୋମେଟିକ୍‌ ଡୋର୍‌ କ୍ଲୋଜିଂ ବ୍ୟବସ୍ଥା କେବଳ ମେଟ୍ରୋ ଟ୍ରେନ୍‌ରେ ଅଛି ।  ବଜେଟ୍‌ରେ ହୋଇଥିବା ଚୁକ୍ତି ଅନୁସାରେ ମୁମ୍ବାଇରୁ ଗୋଆକୁ ପ୍ରଥମେ ଟ୍ରେନ୍‌ ଚାଲିବ । ଏହା ପରେ ଦ୍ୱିତୀୟ ତେଜସ୍‌ ଟ୍ରେନ୍‌ ଦିଲ୍ଲୀରୁ ଚଣ୍ଡୀଗଡ ମଧ୍ୟରେ ଚାଲିବ । ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ତେଜସ୍‌ ଏକ ନୁଆ ଉଚ୍ଚକୋଟୀର ଟ୍ରେନ୍‌ । ଯାହାର ଲକ୍ଷ୍ୟ ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା ଦେବା ।
  • Tags:

Subscribe

National International State Sports Entertainment