ଶ୍ୱେତ ବିପ୍ଲବରେ ସଙ୍କଟ
Khabar Odisha:problem-in-milk-federation-businesses
ମୁଣ୍ଡ ପିଛା କ୍ଷୀର ଉତ୍ପାଦନ କମିଛି । ଜଣେ ଓଡିଆଙ୍କୁ ମିଳୁଛି ଦୈନିକ ୧୧୮ ଗ୍ରାମ କ୍ଷୀର । ତାହା ପୁଣି ସମାନୁପାତିକ ଭାବେ ନୁହେଁ । ରାଜ୍ୟର ବହୁ ଜିଲ୍ଲାରେ ବି ଟୋପାଏ କ୍ଷୀର ପିଇବାକୁ ମିଳୁନଥିବା ଜଣାପଡିଛି ।
 
ବିଧାନସଭାରେ ରାଜ୍ୟ ସରକାରଙ୍କ ଦ୍ୱାରା ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ  ଦେଶରେ ବର୍ଷକୁ ହାରାହାରି ୧୪ କୋଟି ୬୩ ଲକ୍ଷ ୧୪ ହଜାର ଟନ୍‌ ଦୁଗ୍ଧ ଉତ୍ପାଦନ ହେଉଛି । ଶ୍ୱେତ ବିପ୍ଲବ ସତ୍ତ୍ୱେ ଓଡିଶାରେ ବାର୍ଷିକ ଦୁଗ୍ଧ ଉତ୍ପାଦନ ୧୯ ଲକ୍ଷ ୩୮ ହଜାର ଲିଟର ମଧ୍ୟରେ ସୀମିତ । ଏହି ହିସାବରେ ଦେଖିଲେ ରାଜ୍ୟରେ ମୁଣ୍ଡପିଛା ଦୈନିକ ଦୁଗ୍ଧ ଉତ୍ପାଦନ ମାତ୍ର ୧୧୮ ଗ୍ରାମ । ଝାଡଖଣ୍ଡ, ଉତ୍ତରାଞ୍ଚଳ, ଛତିଶଗଡ, ହିମାଚଳପ୍ରଦେଶ ଓ ଆସାମ ଭଳି ଛୋଟ ରାଜ୍ୟଗୁଡିକୁ ବାଦ୍‌ ଦେଲେ ବାକି ସବୁ ରାଜ୍ୟଗୁଡିକ କ୍ଷୀର ଉତ୍ପାଦନରେ ଓଡିଶା ଠାରୁ ଆଗରେ ଥିବା ଜଣାଯାଇଛି । ୨୦୧୫-୧୬ରେ ରାଜ୍ୟରେ କ୍ଷୀର ଉତ୍ପାଦନ ୨୫ ଲକ୍ଷ ୯୩ ହଜାର ୭୪୫ ଲିଟର ଥିବା ରେକର୍ଡ କରାଯାଇଥିଲା । ଗୋଟିଏ ବର୍ଷ ମଧ୍ୟରେ ୮ ହଜାର ଲିଟର କ୍ଷୀର ବୃଦ୍ଧି ଉତ୍ସାହଜନକ ଖବର ନୁହେଁ ବୋଲି ବୁଦ୍ଧିଜୀବିମାନଙ୍କ ମତ ।
 
ରାଜ୍ୟର ଛୋଟ ଛୋଟ ଚାଷୀମାନେ ଅଭାବୀ ବିକ୍ରି କାରଣରୁ ଗାଇ ପାଳନକୁ ଆଉ ଲାଭଜନକ ବୃତ୍ତି ଭାବେ ଦେଖୁନାହାନ୍ତି । ଗୋସମ୍ପଦ ରଖିନଥିବା କମ୍ପାନୀମାନେ କ୍ଷୀର ବ୍ୟବସାୟରେ କୋଟି କୋଟି ଟଙ୍କା ମୁନାଫା ଅର୍ଜନ କରୁଥିବା ବେଳେ କ୍ଷୀର ଉତ୍ପାଦନ କରୁଥିବା ଚାଷୀମାନେ କ୍ଷୀରରୁ ଉଚିତ ଦର ପାଇପାରୁନାହାନ୍ତି । ଗତବର୍ଷ ମଇ ୧୨ ତାରିଖ ଦିନ ବରଗଡ ଜିଲ୍ଲା ଅତାଚିରା ଓ ରେଡେନ୍‌ ବ୍ଲକ୍‌ର ଚାଷୀମାନେ ୧୪ ହଜାର ଲିଟର କ୍ଷୀରକୁ ରାସ୍ତାରେ ଢ଼ାଳି ପ୍ରତିବାଦ କରିଥିଲେ ହେଁ ସରକାରୀ ବାବୁମାନଙ୍କ ଚେତନା ଜାଗ୍ରତ ହେଲାନାହିଁ । ଓମ୍‌ଫେଡ୍‌ ବରଗଡ ଜିଳ୍ଲାର ୨୦ ହଜାର ଲିଟର କ୍ଷୀର ଅପମିଶ୍ରଣ କହି ଫେରାଇ ଦେବାକୁ ଚାଷୀମାନେ ସହଜରେ ଗ୍ରହଣ କରିନଥିବା ବେଳେ ଅପମିଶ୍ରଣକୁ ତଦାରଖ ପାଇଁ ସରକାରୀ ବ୍ୟବସ୍ଥା ନଥିବା ପରିତାପର ପ୍ରସଙ୍ଗ ।
  • Tags:

Subscribe

National International State Sports Entertainment