ବଡ ହୋଟେଲ୍‌ମାନଙ୍କରେ ଥାଳିରେ କେତେ ଖାଦ୍ୟ ପରଷାଯିବ ତାହା ସରକାର ସ୍ଥିର କରିବ
Khabar Odisha:modi-government-wants-to-fix-food-portions-served-in-luxury-restaurants
ନୂଆଦିଲ୍ଲୀ,ଏପ୍ରିଲ ୧୨(ଖବର ଓଡିଶା): ହୋଟେଲ୍‌ରେ ଜଣେ ବ୍ୟକ୍ତି ଥାଳିରେ କେତେ ଖାଦ୍ୟ ପରିବେଷଣ ହେବ ତାହା ସରକାର ସ୍ଥିର କରିବାକୁ ଯାଉଛନ୍ତି । ଏପରି କରିବାର ଦୁଇଟି ଉଦ୍ଦେଶ୍ୟ, ପ୍ରଥମ ହୋଟେଲ୍‌ର ଖାଦ୍ୟ ଅଯଥାରେ ନଷ୍ଟ ହେବ ନାହିଁ । ଦ୍ୱିତୀୟରେ ଲୋକ ଯେତିକି ଖାଇବେ ସେତିକିର ଟଙ୍କା ଦେବେ । ନିୟମ ଲାଗୁ ହେବା ପରେ ମେନୁରେ ପରିବେଷଣ ହେବାକୁ ଥିବା ଖାଦ୍ୟର ମାତ୍ରା ଲେଖାଯିବ । ଦେଶସାରା ସର୍ଭେ କରାଯାଇ ସବୁ କ୍ଷେତ୍ରରୁ ସୂଚନା ଗ୍ରହଣ କରାଯିବା ପରେ ଏହି ନିୟମକୁ ଲାଗୁ କରାଯିବ । 
 
ମାମଲାରେ ଉପଭୋକ୍ତା ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି  ଅଧିକ ଖାଦ୍ୟ ପରିବେଷଣ କରିବାର ମୂଲ୍ୟ ଗ୍ରାହକ କାହିଁକି ଦେବେ ? ଯଦି ମାତ୍ରା କମିଯିବ ତେବେ ଟଙ୍କା ମଧ୍ୟ କମିଯିବ । କାହାକୁ ଯଦି ଅଧିକ ଦରକାର ପଡେ ତେବେ ସେ ଦ୍ୱିତୀୟ ଥର ନେଇପାରିବ । ନୂଆ ନିୟମ ୬ ମାସ ମଧ୍ୟରେ ଲାଗୁ ହେବାର ଅଛି । ଢ଼ାବା ଓ ଛୋଟ ଛୋଟ ହୋଟେଲ୍‌ମାନଙ୍କରେ ଏହି ନିୟମ ଲାଗୁ ହେବନାହିଁ ।
 
ନିଉଟ୍ରିସନିଷ୍ଟ ନୀତୁ ଝାଙ୍କ ଅନୁସାରେ ଗୋଟିଏ ଦିନରେ ଜଣେ ବ୍ୟକ୍ତିକୁ ୨ ହଜାର କ୍ୟାଲୋରୀ ଓ ଜଣେ ମହିଳାକୁ ୧୫୦୦ରୁ ୧୮୦୦ କ୍ୟଲୋରୀର ଖାଦ୍ୟ ଦରକାର । ଗୋଟିଏ ବେଳା ଖାଦ୍ୟରେ ଜଣେ ବ୍ୟକ୍ତି ପାଇଁ ୭୫ ଗ୍ରାମ ଅଟା ଅଥବା ୩ ରୁଟି, ୩୦ ଗ୍ରାମ ଡାଲି, ୩୫ ଗ୍ରାମ ତରକାରୀ, ୨୫ ଗ୍ରାମ ସାଲାଡ୍‌ ଓ ୫୦ ଗ୍ରାମ ଦହି ଯଥେଷ୍ଟ । ବଡ ବଡ ହୋଟେଲ୍‌ମାନଙ୍କରେ ଏସବୁ ହିସାବରୁ ଅଧିକ ଖାଦ୍ୟ ଦିଆଯାଏ । ଯାହା ଲୋକଙ୍କୁ ମହଙ୍ଗା ପଡେ । ଏହି ଯୋଜନାରେ ଖାଦ୍ୟ ବଞ୍ଚିବା ସହ ଲୋକମାନେ ଅର୍ଥ ମଧ୍ୟ ସଞ୍ଚୟ କରିପାରିବେ ।
  • Tags:

Subscribe

National International State Sports Entertainment