୪୫୦ କୋଟିରେ ନିର୍ମିତ ଦକ୍ଷିଣ ଏସିଆ ଉପଗ୍ରହର ୧୦ ଅଜଣା କଥା
Khabar Odisha:important-things-about-GSAT-9-satellite
ଶ୍ରୀହରିକୋଟାମଇ ୫(ଖବର ଓଡ଼ିଶା): ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋ ଆଜି ଅପରାହ୍ଣ ୪ ଟା ୫୭ରେ ଦକ୍ଷିଣ ଏସିଆ ଯୋଗାଯୋଗ ଉପଗ୍ରହ ଜୀସେଟ୍-୯କୁ ଜିଏସ୍ଏଲ୍ଭି-ଏଫ୍୦୬ରୁ ଉତ୍‌କ୍ଷେପଣ କରିବ । ଏହି ଉପଗ୍ରହକୁ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯିବ ବୋଲି ଜଣାପଡ଼ିଛି । ଏହି ଉପଗ୍ରହର ଉତ୍‌କ୍ଷେପଣ ଦ୍ୱାରା ଦକ୍ଷିଣ ଏସିଆ ଦେଶ ସମୂହଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହେବାର ଆଶା କରାଯାଉଛି। ଚୀନର ପ୍ରଭାବକୁ ଦକ୍ଷିଣ ଏସିଆ ଉପଗ୍ରହ ମାଧ୍ୟମରେ ନିୟନ୍ତ୍ରଣରେ ରଖାଯାଇପାରିବ ବୋଲି ଜଣାପଡ଼ିଛି ।
 
ଜୀସେଟ୍ର ୧୦ଟି ଅଜଣା କଥା
 
୧.    ଇସ୍ରୋ ଦକ୍ଷିଣ ଏସିଆ ଯୋଗାଯୋଗ ଉପଗ୍ରହକୁ ୩ବର୍ଷ ମଧ୍ୟରେ ନିର୍ମାଣ କରିଛି । ଏହି ଉପଗ୍ରହ ୨୨୩୦ କିଲୋ ଓଜନ ନେଇ ମହାକାଶକୁ ଯାଇ ପାରିବ ।
୨.    ଉପଗ୍ରହକୁ ପ୍ରସ୍ତୁତ କରିବାରେ ୨୩୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେପୁରା ପ୍ରକଳ୍ପରେ ୪୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି ।
୩.    ଉପଗ୍ରହରେ ଭାରତ ବ୍ୟତିତ ଦକ୍ଷିଣ ଏସିଆର ଦେଶ ଶ୍ରୀଲଙ୍କାଭୁଟାନଆଫଗାନିସ୍ଥାନବାଙ୍ଗ୍‌ଲାଦେଶ୍ନେପାଲ ଓ ମାଳଦୀପ ଭାଗ ନେଇଛନ୍ତି । ପୂର୍ବରୁ ପ୍ରକଳ୍ପରେ ସାମିଲ ହେବାକୁ ପାକିସ୍ତାନ ମନା କରି ଦେଇଥିଲା ।
୪.    ପାକିସ୍ତାନକୁ ଛାଡି ସାର୍କ ସମୂହର ୭ଟି ଦେଶର ଆର୍ଥିକ ଓ ବିକାଶ କାମରେ ସାହାଯ୍ୟ ମିଳିବ ।
୫.   ଉପଗ୍ରହ ମାଧ୍ୟମରେ ପ୍ରାକୃତିକ ସମ୍ବଳଟେଲି ମେଡିସିନଶିକ୍ଷାମଜବୁତ ଆଇଟି ଯୋଗାଯୋଗ ଆଦିକୁ ଆଗକୁ ନିଆଯିବ ।
୬.    ଏଫ୍୦୬ରୁ ୧୧ ଥର ଉପଗ୍ରହକୁ ଉତ୍‌କ୍ଷେପଣ କରାଯିବ ।
୭.    ଉପଗ୍ରହରେ ୧୨ଟି ପରିବହନ ଉପକରଣ ଲାଗିଛିଯାହାକି ଯୋଗାଯୋଗକୁ ସାହାଯ୍ୟ କରିବ । ଅତି କମ୍‌ରେ ପ୍ରତ୍ୟେକ ଦେଶକୁ ପରିବହନ ଏକ୍‌ସେସ୍ କରିପାରିବ ।
୮.    ଉପଗ୍ରହରୁ ପଡୋଶୀ ଦେଶକୁ ହର୍ଟଲାଇନ୍ର ସୁବିଧା ମିଳିବ । ଏହା ଦ୍ୱାରା ପ୍ରାକୃତିକ ବିପର୍ଯୟ ମୂଳକ ସୂଚନା ମିଳପାରିବ ।
୯.    ଉପଗ୍ରହର ଉତ୍‌କ୍ଷେପଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୩୦ରେ ମନ କୀ ବାତ୍ କାର୍ଯ୍ୟକ୍ରମରେ ଘୋଷଣା କରିଥିଲେ ।
୧୦.  ଚୀନ୍‌ର ଦକ୍ଷିଣାଞ୍ଚଳରେ ବଢୁଥିବା ଉତ୍ତେଜନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଭାରତ ମହାକାଶ କୁଟନୀତିକୁ ଅସ୍ତ୍ର ଭାବେରେ ଗ୍ରହଣ କରିଛି ।
  • Tags:

Subscribe

National International State Sports Entertainment