୫୦ ବର୍ଷର ଦୁଃଖ ଦୁନିଆକୁ ଆଲୁଅ ଦେଇ ଅନ୍ଧାରରେ ଚିତ୍ରକୋଣ୍ଡା
Khabar Odisha:chitrakonda-peoples-suffer-lots
ହୀରାକୁଦ ନଦୀ ବନ୍ଧ ପରେ ପରେ ଚିତ୍ରକୋଣ୍ଡାରେ ବନ୍ଧା ଯାଇଥିଲା ପାଣି । ତତ୍କାଳୀନ ପ୍ରଧାନମନ୍ତ୍ରୀ ଦେଇଥିଲେ ଶୁଭ । ଏଠୁ ବିଜୁଳି ଆଲୁଅ ବାହାରିବ, ଦୁନିଆ ଆଲୁଅ ପାଇବ ବୋଲି କୁହାଯାଇଥିଲା ସ୍ଥାନୀୟ ଆଦିବାସୀମାନଙ୍କୁ । ବନ୍ଧ ହେଲା । ବାଲିମେଳା ଜଳବିଦ୍ୟୁତ ପ୍ରକଳ୍ପ ଭିତରେ ଅନେକ ଗାଁ ହଜିଗଲା । ଜଳଭଣ୍ଡାର ସେ ପାରିରେ ୬୦ରୁ ଉର୍ଦ୍ଧ୍ୱ ଗାଁ ବିଚ୍ଛିନ୍ନାଞ୍ଚଳର ନୁଆ ନାଁ ପାଇଲେ ।
 
କୋଲାବ ଡ୍ୟାମ୍‌ରେ ନିଜ ଭିଟାମାଟି ହରାଇ ଚିତ୍ରକୋଣ୍ଡା ଚାଲି ଆସିଥିବା ୨୫ ବର୍ଷ ବୟସ୍କ ଶ୍ୟାମ ସୁନ୍ଦର ଅଞ୍ଜଲ ବାଲିମେଳା ଡ୍ୟାମ୍‌ରେ ଶ୍ରମିକ ଭାବେ କାମ କରିଥିବା ମନେପକାଇ କହନ୍ତି । ଏବେ ନିଜ ଗାଁ ବଡପଡାକୁ ବାହାର ଦୁନିଆ ଠାରୁ ବିଚ୍ଛିନ୍ନ କରି ରଖିଛି ଏହି ଡ୍ୟାମ୍‌ । ବାଲିମେଳା ଜଳଭଣ୍ଡାର ୪୧,୭୮୨ ଏକର ଜମିକୁ ଆଚ୍ଛାଦିତ କରି ରଖିଛି । ବାଲିମେଳା ଜଳଭଣ୍ଡାର ସେ ପାରିରେ ୪୦-୫୦ ବର୍ଷ ଧରି ଜଳବନ୍ଦୀର ଦୁଃଖ ଭୋଗୁଛନ୍ତି ।
 
ହାଟ ବଜାର, ଥାନା କଚେରୀ ଆସିବାକୁ ହେଲେ ଲଞ୍ଚ ଧରିବାକୁ ହୁଏ । ଦୁଇ ଘଣ୍ଟାରୁ ଆଠ ଘଣ୍ଟାର ଜଳଯାତ୍ରା ପରେ ଚିତ୍ରକୋଣ୍ଡା ସ୍ପିଲ୍ ଓ୍ୱେରେ ପହଞ୍ଚି ହୁଏ । ୬୦ ଜଣଙ୍କୁ ନେବା ଆଣିବା କ୍ଷମତା ଥିବା ଏହି ଲଞ୍ଚଗୁଡିକରେ ଏକାଥରକେ ଶହେ ଲୋକ ଉଠନ୍ତି । ୧୯୭୪ରୁ ୨୦୦୭ ଭିତରେ ଜଳଭଣ୍ଡାର ସେ ପାରିରେ ଥିବା ଜନଗଣଙ୍କ ଯୋଗାଯୋଗ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ୭ଟି ଲଞ୍ଚ ପ୍ରଚଳନ କରାଯାଇଥିଲା । ଏବେ ସେଥିରୁ ମାତ୍ର ୩ଟି ଚାଲିଛି।
 
କର୍ଲାମାଳ ଗାଁର ୭୦ ବର୍ଷ ବୟସ୍କ ଇଛିବୁଡି ମାତେମ୍‌ ନିଜ କାଖରେ ନିଜ ନାତିକୁ ଧରି ଅତୀତକୁ ମନେ ପକାଉଛନ୍ତି । ତାଙ୍କ ନିଜର ଦିନେ ସୁନ୍ଦର ଏକ ଘର ଥିଲା । ଚାଷ କ୍ଷେତ ଥିଲା । ଜଳଭଣ୍ଡାର ତାକୁ ଗ୍ରାସ କରି ସାରିଛି । ୧୯୬୦ ମସିହାରେ ନିଜ ପୁରୁଣା ଘର ଜଲାପୁଟର ମାଝିପୁଟ ଜଳରେ ଡୁବିଯିବା ପରେ ଏଠାକୁ ଚାଲି ଆସିଥିଲେ। କ୍ଷତିପୂରଣ ବାବଦରେ ତାଙ୍କୁ କେହି ଟଙ୍କାଟିଏ ବି ଦେଇନି । ନୁଆପିଢ଼ୀ ଏବେ କିଛି ଜାଣନ୍ତିନି ସେମାନେ କେଉଁଠୁ ଆସିଥିଲେ । 
 
ଚିତ୍ରକୋଣ୍ଡାରେ ନିର୍ବାଚନ ହୋଇନି । ମୋବାଇଲ ନେଟ୍‌ଓ୍ୱାର୍କ ନାହିଁ । ବ୍ଲକ୍‌ ଅଫିସ ପାଇଁ ୨୦୧୩ରୁ ଘୋଷଣା ହୋଇଛି କିନ୍ତୁ କାର୍ଯ୍ୟକାରୀ ହୋଇନି । ୫ଟି ପଞ୍ଚାୟତର ୬୯ଟି ଗାଁକୁ ବିଜୁଳି ନାହିଁ । ସଡକ ନାହିଁ । ପିଇବା ପାଣି କଷ୍ଟ ବେଶି ବାଧୁଛି । 
  • Tags:

Subscribe

National International State Sports Entertainment