ବାଣୀବିହାରରୁ ଶିଶୁଭବନ,ଚକାଚକ୍‌ ହେବ ଜନପଥ ବଦଳିବ ରୂପରେଖ
Khabar Odisha:banibihar-to-sishubhaban-plan-for-news-design-road
ଜନପଥ ଚକାଚକ୍‌ ହେବ । ପାଣି,ପାଇଖାନା,ଓ୍ୱାଇଫାଇ,ବସ୍‌ ପ୍ରତୀକ୍ଷାଳୟ ସବୁ ସୁବିଧା ପାଇବେ ବାସିନ୍ଦା । ୟୁରୋପୀୟ ଶୈଳୀରେ ରାସ୍ତା ପାର୍ଶ୍ୱରେ ରହିବ ଇ-ଟଏଲେଟ୍‌,ଓ୍ୱାଟର ଏଟିଏମ୍‌ ଓ ସ୍ମାର୍ଟ ବସ୍‌ଷ୍ଟପ୍‌ । ବସ୍‌ଷ୍ଟପ୍‌ରେ ଏଲ୍‌ଇଡି ପରଦାରେ ବସ୍‌ର ନମ୍ବର,ଗନ୍ତବ୍ୟ ସ୍ଥାନ ଓ ଛାଡିବା ପହଞ୍ଚିବା ସମୟ ପ୍ରଦର୍ଶିତ ବ୍ୟବସ୍ଥା ରହିବ। ଇ-ଟଏଲେଟ୍‌ ବ୍ୟବସ୍ଥାରେ ଭ୍ରାମ୍ୟମାଣ ଶୌଚାଳୟର ବର୍ତ୍ତମାନ ଅବସ୍ଥିତି ସୂଚନା ଜାଣିହେବ । ଏମିତି ଅନେକ ପରିକଳ୍ପନା ଜନପଥକୁ ନେଇ କରାଯାଇଛି ।
 
ପାର୍କିଂ ପ୍ଲେସ୍‌,ସାଇକେଲ୍‌ ଷ୍ଟାଣ୍ଡ ନିର୍ମାଣ ହେବ। ଟେମ୍ପଲ ପ୍ଲାଜା,ଭେଣ୍ଡିଂ ଯୋନ୍‌,ପ୍ରଦର୍ଶନୀ ପ୍ଲାଜା,ନଲେଜ ପ୍ଲାଜା ଖୋଲାଯିବାର ଯୋଜନା ରହିଛି । ଭିନ୍ନକ୍ଷମଙ୍କ ପାଇଁ ବସ୍‌ ରହଣୀ ସ୍ଥାନରେ ସ୍ୱତନ୍ତ୍ର ରାମ୍ପ୍‌ ରହିବ । ଟ୍ରାଫିକ ଛକଗୁଡିକରେ ଅଡିଓ ମେସେଜ୍‌ ପ୍ରଦାନ ବ୍ୟବସ୍ଥା କରାଯିବ । ପ୍ରଥମ ପର୍ଯ୍ୟାୟରେ ରାମମନ୍ଦିର ଛକ ଠାରୁ ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ରାସ୍ତାର ଡିଜାଇନ୍‌କୁ ସଂଶ୍ଲିଷ୍ଟ କରାଯାଇଛି । ପରବର୍ତ୍ତି ପର୍ଯ୍ୟାୟରେ ରାମ ମନ୍ଦିର,ଶହୀଦନଗର,ବିଡିଏ-ଓଏମ୍‌ସି ପାର୍କର ଡିଜାଇନ୍‌କୁ ସନ୍ନିବେଷ୍ଟିତ କରାଯିବ । ଆସନ୍ତା ଦେଢ଼ବର୍ଷ ମଧ୍ୟରେ ସ୍ମାର୍ଟ ଜନପଥ ପ୍ରକଳ୍ପ  ଶେଷ ହେବାର ଲକ୍ଷ୍ୟ ରଖାଯାଇଛି । 
  • Tags:

Subscribe

National International State Sports Entertainment