ବିଏମ୍‌ସିର ବିହଙ୍ଗ ପ୍ରେମ
Khabar Odisha:BMC-love-for-birds-they-started-open-water-supply-in-city-for-birds
ଭୁବନେଶ୍ୱର ମହାନଗର ନିଗମକୁ ଘାରିଛି ଚଢ଼େଇ ଚିନ୍ତା । ମାର୍ଚ୍ଚ ୨୫ ତାରିଖ ଠାରୁ ଚଢ଼େଇଙ୍କ ପାଇଁ ପାଣି କୁଣ୍ଡ ପାଇଁ ଯୋଜନା ହେଉଛି । ପକ୍ଷୀମାନଙ୍କ ପାଇଁ ସ୍ୱତନ୍ତ୍ର ଜଳଭର୍ତ୍ତି ପାତ୍ର ବିଭିନ୍ନ ଜାଗାରେ ରହିବ । ଶୋଷିଲା ଚଢ଼େଇଙ୍କୁ ୧୦୦ଟି ଯାଗାରୁ ପାଣି ପିଇବାକୁ ମିଳିବ । କିଛି ସାମାଜିକ ସଙ୍ଗଠନ ଏ ଦିଗରେ ବିଏମ୍‌ସିକୁ ସହଯୋଗ କରିବା ପାଇଁ କହିବା ପରେ ବିଏମ୍‌ସି ତାର ବୈଠକରେ ଚଢ଼େଇଙ୍କ ତୃଷ୍ଣା ନିବାରଣ ପାଇଁ ଆଗକୁ ବାହାରିଛି।
 
ଖରାଦିନେ ରାଜଧାନୀ ଅଞ୍ଚଳରେ ୧.୫ ଲକ୍ଷ ଚଢ଼େଇଙ୍କ ଦେଖା ମିଳେ । ଘରଚଟିଆ, କାଉ, ପାରାଙ୍କ ସମେତ ଅନ୍ୟାନ୍ୟ ପ୍ରଜାତିର ପକ୍ଷୀ ଚନ୍ଦକା ଅଭୟାରଣ୍ୟରୁ ସହରକୁ ଆସିଥାନ୍ତି । ଖରାତାତି ପ୍ରବଳ ହେଲେ ସେମାନଙ୍କ ମଧ୍ୟରୁ ଅନେକ ପକ୍ଷୀ ଜଳ ଉତ୍ସ ଖୋଜିବା ପାଇଁ ନାକେଦମ୍‌ ହୋଇଥାନ୍ତି ବୋଲି ଓ୍ୱାଇଲ୍ଡ ଓଡିଶାର ସମ୍ପାଦକ ମୋନାଲିସା ଭୁଜବଳ ସୂଚାଇଛନ୍ତି ।
 
ନଗରାଞ୍ଚଳରେ ରହୁଥିବା ପରିବାରଗୁଡିକ ନିଜ ଘର ଛାତ, ଟେରାସ୍‌, ବାଲ୍‌କୋନିରେ ଜଳଭରା ପାତ୍ର ରଖିବାକୁ ମୋନାଲିସା ଭୁଜବଳ ନଗରବାସୀଙ୍କୁ ନିବେଦନ କରିଛନ୍ତି । ରାଜ୍ୟରେ ପ୍ରଥମଥର ପାଇଁ ପକ୍ଷୀଙ୍କ ଲାଗି ଜଳପାତ୍ର ବ୍ୟବସ୍ଥା କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ଆଗେଇ ଆସିଛି । ବଜାର ଅଞ୍ଚଳ, ସରକାରୀ କାର୍ଯ୍ୟାଳୟ, ଟ୍ରାଫିକ୍‌ ଛକ, ହସ୍‌ପିଟାଲ  ଆଖପାଖ ବସ୍‌ଷ୍ଟାଣ୍ଡ, ଜନପଥ, ଆଖପାଖ ଅଞ୍ଚଳରେ ଜନଗଣଙ୍କୁ ଥଣ୍ଡାପାଣି ଯୋଗାଇ ଦେବା ପାଇଁ ମାର୍ଚ୍ଚ ୨୫ ତାରିଖରୁ କିଓସ୍କି ଖୋଲାଯିବା ନିଷ୍ପତ୍ତି ନିଆଯାଇଛି ।


  • Tags:

Subscribe

National International State Sports Entertainment