ଭୁବନେଶ୍ୱର କଠିନ ଆବର୍ଜନା ସଫା ପାଇଁ ୬୮ କୋଟି
Khabar Odisha:68-crore-rs-in-budjet-declared-for-Bhubaneswar-waste-magement
ବଢ଼ିଚାଲିଛି ଭୁବନେଶ୍ୱର । କେବଳ ଜନସଂଖ୍ୟାରେ ନୁହେଁ ସଡକ,କୋଠା ଓ ଅନ୍ୟାନ୍ୟ ଭିତ୍ତିଭୂମିରେ କାୟା ବିସ୍ତାର କରି ଚାଲିଛି । ସେହି ଅନୁସାରେ ବର୍ଜ୍ୟ ସବୁ ଜମା ହୋଇ ଅବସ୍ଥା ଅଣାୟତ୍ତ ହେଲାଣି। ସ୍ଥିତିରେ ସୁଧାର ଆଣିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପାଇଁ ୨୦୧୭-୧୮ ବର୍ଷର ବଜେଟରେ କଠିନ ବର୍ଜ୍ୟ ପରିଚାଳନା ପାଇଁ ୬୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ।
 
କଠିନ ବର୍ଜ୍ୟ ବସ୍ତୁକୁ ବିଭିନ୍ନ ଉତ୍ସରୁ ସଂଗ୍ରହ କରି ଆଣିବା,ତାକୁ ପ୍ରକ୍ରିୟାକୃତ କରିବା ଇତ୍ୟାଦି ବର୍ଜ୍ୟ ପରିଚାଳନା ସହିତ ଯୋଡି ହୋଇ ରହିଛି । ଉତ୍ସରୁ ପ୍ରକ୍ରିୟାକରଣ କେନ୍ଦ୍ରକୁ ସ୍ଥାନାନ୍ତରଣ ପାଇଁ ତିନୋଟି ଘରୋଇ କମ୍ପାନୀକୁ ଦାୟିତ୍ୱ ପ୍ରଦାନ କରାଯାଇଛି ।
 
ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୁହାଯାଇଛି ଯେ ଭଗବାନପୁର,ସୁବୁଦ୍ଧିପୁର,ଶଙ୍କରପୁର,ମଦନପୁର ଓ ପାଇକରାପୁର ଭଳି ନୁଆ ସ୍ଥାନଗୁଡିକରୁ ବର୍ଜ୍ୟ ସଂଗ୍ରହର ନିଷ୍ପତ୍ତି ନିଆ ଯାଇଥିବାରୁ ପୂର୍ବ ବର୍ଷ ତୁଳନାରେ ଅଧିକ ୧୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ।
 
ମହାନଗର ନିଗମ ନିୟନ୍ତ୍ରଣାଧିନ ଖୋଲା ସ୍ଥାନଗୁଡିକରେ ଅଧିକ ପ୍ରମୋଦ ଉଦ୍ୟାନର ବିକାଶ କରାଯିବ । ଏକ ଏକରରୁ ଅଧିକ ଜମିରେ ହେବାକୁ ଥିବା ପାର୍କଗୁଡିକର ଦାୟିତ୍ୱ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ହାତରେ ରହିବ । 
  • Tags:

Subscribe

National International State Sports Entertainment