କୋରାପୁଟ ହାଟରେ ଇ-ବଜାରର ସୁବିଧା
Khabar Odisha:E-market-in-Koraput
କୋରାପୁଟ, ମେ ୧୪ (ଖବର ଓଡ଼ିଶା): ଆଂଚଳିକ ବଜାର କମିଟି ଓ ଇଫ୍କୋ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଚୁକ୍ତିନାମା ଅନୁସାରେ ଇଫ୍କୋ କୋରାପୁଟ ଜିଲ୍ଲାର ଚାଷୀମାନଙ୍କୁ ଏକ ଡିଜିଟାଲ୍ ପ୍ଲାଟଫର୍ମକୁ ଆଣି ସେମାନଙ୍କ ସାର ଅଭାବଜନିତ ସମସ୍ୟାର ସମାଧାନ କରିବ ।
 
ବର୍ତ୍ତମାନ କୋରାପୁଟର ଚାଷୀମାନେ ଲାଇସେନ୍ସ ପାଇଥିବା ସାର ବ୍ୟବସାୟୀଙ୍କ ଠାରୁ ସାର କିଣୁଛନ୍ତି । ସାର କିଣିବା ବେଳେ ସେମାନେ ଉଭୟ ଗୁଣ ଓ ପରିମାଣରେ ଠକେଇ ହେଉଛନ୍ତି ବୋଲି ଆରଏମ୍ସି ସଚିବ କହିଛନ୍ତି । ଇ ଇଫ୍କୋ କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଲକରେ ଥିବା ପ୍ରସିଦ୍ଧ ସାପ୍ତାହିକ କୁନ୍ଦୁଲି ହାଟରେ ଇ-ବଜାର ଖୋଲିବାକୁ ଯାଉଛନ୍ତି । ଏଠାରେ ବେ-ନଗଦି କାରବାର ହେବ । ଚାଷୀମାନଙ୍କୁ ଗୋଟିଏ ଜାଗାରେ ସବୁସମୟରେ ଉକ୍ରୃଷ୍ଟ ସାର ଯଥାର୍ଥ ଦରରେ ଉପଲବ୍ଧ କରାଯାଇପାରିବ ।  ସାପ୍ତାହିକ ହାଟରେ ଇ-ବଜାର ଜରିଆରେ ସାର ଉପଲବ୍ଧ କରାଇବାର ଏପରି ବ୍ୟବସ୍ଥା ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି ।
 
ସୂଚନା ଯୋଗ୍ୟ ଯେ, କୋରାପୁଟ ଜିଲ୍ଲାର କୁନ୍ଦୁଲି ହାଟ ରାଜ୍ୟର ଏକ ପ୍ରମୁଖ ଜନଗହଳିପୂର୍ଣ୍ଣ ଓ ଅଧିକ କାରବାର ହେଉଥିବା ହାଟ । ଏହି ହାଟରେ ଇ-ବଜାରର ସୁବିଧା କୋରାପୁଟର ଅଧିକାଂଶ ଚାଷୀଙ୍କ ପାଇଁ ସୁବିଧାଜନକ ହେବ ।
  • Tags:

Subscribe

National International State Sports Entertainment