ବିଶ୍ୱର ସବୁଠାରୁ ବଡ଼ ଟେକ୍ କମ୍ପାନୀ ମଧ୍ୟରୁ ଗୋଟିଏ, Nvidia, ବର୍ତମାନ ଏହାର ବ୍ୟବସାୟ ଅପେକ୍ଷା ନିଜ CEO ଜେନସେନ୍ ହୁଆଙ୍ଗଙ୍କ ପାଇଁ ଅଧିକ ଚର୍ଚ୍ଚାରେ ରହିଛି। ହୁଆଙ୍ଗ ସମ୍ପ୍ରତି ତାଙ୍କ ପତ୍ନୀଙ୍କ ପ୍ରତି ବିଶ୍ୱାସଘାତକତା ସ୍ୱୀକାର କରିଛନ୍ତି ଏବଂ କମ୍ପାନୀର କର୍ମଚାରୀମାନଙ୍କୁ କ୍ଷମା ମାଗିଛନ୍ତି। ଆମେରିକାର ଗୁଇନ୍ଦା ସଂସ୍ଥାଗୁଡ଼ିକର ରିପୋର୍ଟରେ ତାଙ୍କ ନିକଟତର ଜଣେ ଚୀନ୍ ବ୍ୟବସାୟୀ ଆଲିସ୍ ହୁଆଙ୍ଗଙ୍କୁ ଚୀନ୍ ପାଇଁ ଗୁପ୍ତଚର କରୁଥିବା ସନ୍ଦେହ କରାଯିବା ପରେ ବିବାଦ ଆହୁରି ଗମ୍ଭୀର ହୋଇଗଲା। ଅଭିଯୋଗ ହୋଇଛି ଯେ ସେ Nvidia CEOଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ସଂଗ୍ରହ କରିବାକୁ ଚେଷ୍ଟା କରୁଥିଲେ। ତଥାପି, ଏହି ଅଭିଯୋଗଗୁଡ଼ିକର ଏକ ସ୍ୱାଧୀନ ତଦନ୍ତ ଏବେ ବି ଜାରି ରହିଛି।
ଏହି ଘଟଣା ପରେ, Nvidia ର ବୋର୍ଡ ଏକ ତଦନ୍ତ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ କହିଛି ଯେ ବର୍ତ୍ତମାନ ଏହା ବିଶ୍ୱାସ କରିବାର କୌଣସି କାରଣ ନାହିଁ ଯେ ଆମେରିକାର ଜାତୀୟ ସୁରକ୍ଷା କିମ୍ବା Nvidia ର ଗୋପନୀୟ ସୂଚନା ସହ ବିପଦ ସୃଷ୍ଟି ହୋଇଛି। ଜେନସେନ୍ ହୁଆଙ୍ଗ ମଧ୍ୟ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କମ୍ପାନୀ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ସେ CEO ଭାବରେ ତାଙ୍କର ଦାୟିତ୍ୱ ନିର୍ବାହ କରିବେ। ରଏଟର୍ସ ରିପୋର୍ଟ ଅନୁଯାୟୀ, ଏହି ବିବାଦ ମଧ୍ୟ Nvidia ପ୍ରତି ନିବେଶକଙ୍କ ଦୃଷ୍ଟି ଆକର୍ଷଣ କରିଛି।
କିନ୍ତୁ ଏହି ସମ୍ପୂର୍ଣ୍ଣ ବିବାଦ ମଧ୍ୟରେ, ଏକ ପ୍ରଶ୍ନ ମଧ୍ୟ ଉଠୁଛି ଯେ Nvidia ଏତେ ଗୁରୁତ୍ୱପୂର୍ଣ୍ଣ କମ୍ପାନୀ କାହିଁକି ଏବଂ ବିଶ୍ୱର ବଡ଼ ବଡ଼ ଟେକ୍ କମ୍ପାନୀଗୁଡ଼ିକର ବ୍ୟବସାୟ ଏହା ସହିତ କିପରି ଜଡିତ?
ଏକ ୪.୫ ଟ୍ରିଲିୟନ ଡଲାରର ସାମ୍ରାଜ୍ୟ
ଗେମିଂ ପାଇଁ ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍ (GPU) ତିଆରି କରୁଥିବା Nvidia ଏବେ କୃତ୍ରିମ ବୁଦ୍ଧିମତ୍ତା (AI) ଜଗତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କମ୍ପାନୀ ମଧ୍ୟରୁ ଗୋଟିଏ। ଏହାର ଚିପ୍ସ AI ମଡେଲ ତିଆରି କରିବା, ଡାଟା ସେଣ୍ଟର ଚଲାଇବା ଏବଂ ବଡ଼ ପରିମାଣର କମ୍ପ୍ୟୁଟିଂ କରିବା ପାଇଁ ବ୍ୟବହୃତ ହୁଏ।
କେବେଳେ ଗେମିଂ ପାଇଁ ଗ୍ରାଫିକ୍ସ ଚିପ୍ ତିଆରି କରୁଥିବା Nvidia ଆଜି AI ଦୁନିଆର ସବୁଠାରୁ ବଡ଼ ଟେକ୍ନୋଲୋଜି କମ୍ପାନୀ ମଧ୍ୟରୁ ଗୋଟିଏ। ଏହାର GPU ଚିପ୍ ଉପରେ ନିର୍ଭର କରୁଛନ୍ତି OpenAI, Microsoft, Oracle ସମେତ ଅନେକ ବଡ଼ କମ୍ପାନୀ।
AI ମଡେଲ୍ ତିଆରି, ଡାଟା ସେଣ୍ଟର ପରିଚାଳନା ଏବଂ ବିଶାଳ ପରିମାଣର କମ୍ପ୍ୟୁଟିଂ କାର୍ଯ୍ୟ ପାଇଁ Nvidiaର ଚିପ୍ର ଚାହିଦା ରହିଛି। ଏହି କାରଣରୁ କମ୍ପାନୀର ବଜାର ମୂଲ୍ୟ ପ୍ରାୟ ୪.୫ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ଜେନସେନ୍ ହୁଆଙ୍ଗଙ୍କ ନେତୃତ୍ୱରେ ଏହି କମ୍ପାନୀ ଗେମିଂ ଚିପ୍ରୁ AI ଶିଳ୍ପର କେନ୍ଦ୍ରବିନ୍ଦୁ ପାଲଟିଛି।
OpenAIଠାରୁ Microsoft, Oracle ପର୍ଯ୍ୟନ୍ତ ବ୍ୟବସାୟିକ ସମ୍ପର୍କ
Nvidia ଓ ChatGPT ନିର୍ମାତା OpenAI ମଧ୍ୟରେ ଗଭୀର ବ୍ୟବସାୟିକ ସମ୍ପର୍କ ରହିଛି। OpenAIର AI ମଡେଲ୍ ଓ କମ୍ପ୍ୟୁଟିଂ କ୍ଷମତା ବଢ଼ାଇବା ପାଇଁ Nvidia ୧୦୦ ବିଲିୟନ ଡଲାର ପର୍ଯ୍ୟନ୍ତ ନିବେଶ କରିବାକୁ ଯୋଜନା କରିଥିବା ରିପୋର୍ଟ ରହିଛି।
ସେହିପରି Microsoft ଓ Oracle ମଧ୍ୟ Nvidiaର ଚିପ୍ର ବଡ଼ ଗ୍ରାହକ। Oracleର ଡାଟା ସେଣ୍ଟର ଓ କ୍ଲାଉଡ୍ ସେବାରେ Nvidia ଚିପ୍ର ବ୍ୟବହାର ହେଉଛି। ଏହା ବ୍ୟତୀତ CoreWeave, xAI, AMD ଓ ଅନ୍ୟାନ୍ୟ କମ୍ପାନୀ ମଧ୍ୟ ଏହି ବିଶାଳ AI ବ୍ୟବସାୟିକ ନେଟୱର୍କର ଅଂଶ।
ଚୀନ୍ ଗୁଇନ୍ଦାଗିରି ଅଭିଯୋଗ କାହିଁକି ବଢ଼ାଇଲା ଚିନ୍ତା?
ଆମେରିକା ଓ ଚୀନ୍ ମଧ୍ୟରେ ଉନ୍ନତ AI ଚିପ୍ର ଯୋଗାଣକୁ ନେଇ ପୂର୍ବରୁ ହିଁ ଉତ୍ତେଜନା ରହିଛି। ଆମେରିକା ଚୀନ୍କୁ ଅତ୍ୟାଧୁନିକ AI ଚିପ୍ ରପ୍ତାନି ଉପରେ ବିଭିନ୍ନ କଟକଣା ଲଗାଇଛି। ଏଭଳି ସ୍ଥିତିରେ ଆଲିସ୍ ହୁଆଙ୍ଗଙ୍କ ସହ ଜଡ଼ିତ ଗୁଇନ୍ଦାଗିରି ଅଭିଯୋଗ Nvidiaର ବ୍ୟବସାୟିକ ସମ୍ପର୍କ ଏବଂ ସମ୍ବେଦନଶୀଳ ଟେକ୍ନୋଲୋଜିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।
ଆମେରିକାର କିଛି ସାଂସଦ ମଧ୍ୟ ଏହି ମାମଲାରେ ଜେନସେନ୍ ହୁଆଙ୍ଗଙ୍କଠାରୁ ସ୍ପଷ୍ଟୀକରଣ ଚାହିଁଛନ୍ତି। ଏହାର ଅର୍ଥ ଏହି ବିବାଦ ଏବେ କେବଳ ଜଣେ CEOଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟରେ ସୀମିତ ନାହିଁ। ଏହା ଆମେରିକାର ଜାତୀୟ ସୁରକ୍ଷା, ଚୀନ୍ ସହ ବୈଷୟିକ ପ୍ରତିଯୋଗିତା ଏବଂ ବିଶ୍ୱର AI ଶିଳ୍ପ ସହ ଜଡ଼ିତ ହୋଇପଡ଼ିଛି।
ଆଗାମୀ ଦିନରେ Nvidia ବୋର୍ଡର ତଦନ୍ତ ରିପୋର୍ଟ ଏହି ବିବାଦର ଦିଗ ନିର୍ଣ୍ଣୟ କରିବ। ତଦନ୍ତରେ କୌଣସି ଗୋପନୀୟ ତଥ୍ୟ କିମ୍ବା ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ସୂଚନା ପ୍ରଭାବିତ ହୋଇଛି କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର।