ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ । ଆଜିଠୁ ୯ ତାରିଖ ସକାଳ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ସାତକୋଶିଆ ଅଭୟାରଣ୍ୟ । ଏହାସହିତ ପକ୍ଷୀ ଗଣନା ପାଇଁ ୧୭ ଓ ୧୮ ତାରିଖ ମହାନଦୀରେ ବୋଟିଂ ବନ୍ଦ ରହିବ । ଏନେଇ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।
ମହାନଦୀ ଗଣ୍ଡରେ ୨୩ କିମି ଯାଏ ଗଣନା କରାଯିବାର କାର୍ଯ୍ୟକ୍ରମ ଥିବା ବେଳେ, ବନବିଭାଗର ୧୪ଟି ଦଳରେ ମୋଟ ୭୦ଜଣ କର୍ମଚାରୀ ନିୟୋଜିତ ରହିବେ। ଏଥିପାଇଁ ବନବିଭାଗ ପକ୍ଷରୁ ଦେଶୀଡଙ୍ଗାର ବ୍ୟବସ୍ଥା କରାଯାଇଥିବା ବନଖଣ୍ଡ ଅଧିକାରୀ କହିଛନ୍ତି। ସୂଚାରୁରୂପେ ବିନା ବାଧାବିଘ୍ନରେ ଗଣନା କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି କର୍ତ୍ତୃପକ୍ଷ।
ଏହାସହ ଆସନ୍ତା ଜାନୁଆରୀ ୧୪ ରୁ ବନ୍ଦ ରହିବ ଭିତରକନିକା । କୁମ୍ଭୀର ଗଣନା ପାଇଁ ୧୪ରୁ ୨୧ ତାରିଖ ଯାଏଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ଚଳିତ ବର୍ଷ ପ୍ରଥମ କରି ବାହାର ନଦୀନାଳରେ ମଧ୍ୟ କୁମ୍ଭୀର ଗଣନା କରାଯିବ । କୁମ୍ଭୀର ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।