ଭଦ୍ରକ : ଅଦିନିଆ ବର୍ଷାରେ ଭଦ୍ରକ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ତେଣୁ ତାର ବାସ୍ତବ ସ୍ଥିତି ଦେଖିବା ପାଇଁ ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭଦ୍ରକ ଜିଲ୍ଲା ଗସ୍ତରେ ଅଛନ୍ତି । ଜିଲ୍ଲାର ବରିଷ୍ଠ ଓ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି ଉପମୁଖ୍ୟମନ୍ତ୍ରୀ । ପ୍ରଥମେ ଉପମୁଖ୍ୟମନ୍ତ୍ରୀ ଭଦ୍ରକଜିଲ୍ଲା ଧାମନଗର ବ୍ଲକ ଅଧିନ ଭଗବାନପୁର ପଂଚାୟତକୁ ଯାଇଥିଲେ । ଉପ ମୁଖ୍ୟମନ୍ତ୍ରୀ ଆସୁଥିବା ଖବର ପାଇ ରାସ୍ତାରେ ଗଜା ହୋଇଥିବା ଧାନ ଧରି ଠିଆ ହୋଇଥିଲେ ଚାଷୀ ।ଏହାକୁ ଦେଖି ଅଟକି ଯାଇଥିଲେ ପ୍ରଭାତୀ ପରିଡ଼ା । ତାଙ୍କୁ ଦେଖି ଚାଷୀ ଭାଇମାନେ କାନ୍ଦୁଥିଲେ । ତେବେ ସେଠାରେ ସେ ଧାନ ଜମିରେ ବାସ୍ତବ ସ୍ଥିତି ଦେଖିବା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କ ସହିତ ଆଲୋଚନା କରିଥିଲେ । ସମସ୍ତ ଚାଷୀଙ୍କୁ ଉଚିତ କ୍ଷତିପୂରଣ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ପ୍ରତିଶୃତି ଦେଇଛନ୍ତି।
ସେହିପରି ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲା ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିରୋଧୀ ଦଳ ନେତା। ଫସଲ କ୍ଷୟକ୍ଷତିର ଅନୁଧ୍ୟାନ ସହ ଚାଷୀଙ୍କ ମନୋବଳ ବୃଦ୍ଧି ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟ ୩ଜଣ ମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତରେ ଅଛନ୍ତି ।