ଭୁବନେଶ୍ୱର : ଆଜି ହେଉଛି ଇଂରାଜୀ ନବବର୍ଷର ପ୍ରଥମ ଦିନ। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ନୂଆ ଆଶା,ଆକାଂକ୍ଷା ନେଇ ସାରା ଦେଶବାସୀ ନବବର୍ଷକୁ ପାଳନ କରୁଛନ୍ତି। ଏହି ଅବସରରେ ସାରା ଓଡ଼ିଶାବାସୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ା। ଏନେଇ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ଶୁଭେଚ୍ଛା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ , ‘ ନବବର୍ଷ ସମସ୍ତଙ୍କ ମନରେ ସୁଖ, ଆନନ୍ଦ ଓ ସମୃଦ୍ଧି ଭରିଦେଉ । ରାଜ୍ୟବାସୀଙ୍କୁ ଶୁଭ କାମନା ଜଣାଇବା ସହ ଏକ ସମୃଦ୍ଧ ଏବଂ ବିକଶିତ ଓଡ଼ିଶା ଗଠନ ଦିଗରେ ନିଜର ଶ୍ରେଷ୍ଠ ଯୋଗଦାନ ରଖିବାକୁ ଏହି ଅବସରରେ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, "ଇଂରାଜୀ ନବବର୍ଷ 2025ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ରାଜ୍ୟ ତଥା ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି । ନୂଆ ବର୍ଷରେ ସମସ୍ତେ ସୁଖମୟ ଜୀବନଯାପନ କରିବା ଉଦ୍ଦେଶ୍ୟରେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।