ବୌଦ୍ଧ ସହର ଶ୍ରୀ ଶ୍ରୀ ଚନ୍ଦ୍ରଚୁଡ଼ ମନ୍ଦିର ପରିସରରେ ଆର୍ଟ ଅଫ ଲିଭିଂ ପରିବାର ତରଫରୁ ପବିତ୍ର ଶ୍ରାବଣ ମାସ ଚିତାଲାଗି ଅମାବାସ୍ୟା ଅବସରରେ ରୁଦ୍ର ପୂଜା ଅନୁଷ୍ଠିତ ହୋଇଯାଇଛି। ପବିତ୍ର ଶ୍ରାବଣ ମାସରେ ରୁଦ୍ରାଭିଷେକ ପୂଜା କରିବା ପରମ୍ପରା କେଉଁ ଆବାହମାନ କାଳରୁ ଚଳି ଆସୁଅଛି। ଏହି ପୂଜା କରିବା ଦ୍ୱାରା ଏହା ବ୍ୟକ୍ତିତ୍ୱ ଓ ପରିବେଶକୁ ଶୁଦ୍ଧ କରିଥାଏ। ଏହାର ପବିତ୍ର ମନ୍ତ୍ର ଶୁଣିବା ସହିତ ଧ୍ୟାନ କରିବା ବହୁତ ମହତ୍ୱପୂର୍ଣ୍ଣ ଅଟେ।
ରୁଦ୍ର ପୂଜା କରିବା ଦ୍ୱାରା ପିତୃ ଦୋଷ, ଗ୍ରହ ଦୋଷ, ବାସ୍ତୁ ଦୋଷ ଓ କର୍ମ ଦୋଷ ଖଣ୍ଡନ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ରୁଦ୍ର ପୂଜାରେ ରାଜଲଷ୍ମୀ ବିଶ୍ୱାଳ, ବିଜୟ କୁମାର ପ୍ରଧାନ, ସୋରଜ କୁମାର ସାହୁ ପ୍ରମୁଖ ସଂକଳ୍ପ କରିଥିବା ବେଳେ ଆର୍ଟ ଅଫ ଲିଭିଂ ଶିକ୍ଷୟିତ୍ରୀ ମମତା ମିଶ୍ର, ବରୁଣ କୁମାର ମହନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପଣ୍ଡିତ ହିମାଂଶୁ ଶେଖର ପଣ୍ଡା,ପଣ୍ଡିତ ଦେବେନ୍ଦ୍ର ଦାଶ ଓ ପଣ୍ଡିତ ଉମେଶ ଚନ୍ଦ୍ର ଦାଶ ପୂଜାକାର୍ଯ୍ୟ ତୁଲାଇଥିଲେ। ଏହି ଅବସରରେ ଭଜନକୀର୍ତ୍ତନ, ପ୍ରବଚନ, ସତସଙ୍ଗ ଓ ପ୍ରସାଦ ସେବନ ଇତ୍ୟାଦି କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।