ସମ୍ବଲପୁର: ସମ୍ବଲପୁର କ୍ଷେତ୍ରାଜପୁର ଥାନା ଧୋବାପଡ଼ା ଅଞ୍ଚଳରେ ଅଣଓଡ଼ିଆ ଶ୍ରମିକଙ୍କୁ ମାଡ଼ ଅଭିଯୋଗରେ ୫ରୁ ଅଧିକ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏ ନେଇ ଉତ୍ତରାଞ୍ଚଳ ପୋଲିସ ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି । ତାଙ୍କ ଦେହରେ କୌଣସି କ୍ଷତ ଚିହ୍ନ ନ ଥିବା ଆଇଜି ସ୍ପଷ୍ଟ କରିଛନ୍ତି ।
କ୍ଷେତ୍ରରାଜପୁର ଥାନା ଅନ୍ତର୍ଗତ ଧୋବାପଡ଼ା ଅଞ୍ଚଳରେ କେରଳମ୍ ଶ୍ରମିକ ବିଷ୍ଣୁ କୈସଙ୍କୁ ପିଲା ଚୋର ସନ୍ଦେହରେ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା । ସେ କେରଳମ୍ ଆଲେପି ନର୍ଥ ଜିଲ୍ଲାର ଅଟନ୍ତି । ସେ ତିନି ମାସ ହେବ ବରଗଡ଼ରେ ରହି କାମ କରୁଥିଲେ । ସେ ବରଗଡ଼ରୁ ସମ୍ବଲପୁର ଆସି କାମ ଅନ୍ୱେଷଣ କରୁଥିଲେ । ଗତକାଲି ଧୋବାପଡ଼ା ନିକଟରେ ବୁଲୁଥିବା ସମୟରେ କିଛି ଯୁବକ ତାଙ୍କୁ ପଚାରିଥିଲେ । ସେ କେରଳ ଭାଷାରେ ଉତ୍ତର ଦେଇଥିଲେ । ଉକ୍ତ ଯୁବକମାନେ ଭାଷା ନ ବୁଝି ପାରିବାରୁ ତାଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି । ଏହି ସମୟରେ କିଛି ଲୋକେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଟିମ୍ ତୁରନ୍ତ ପହଁଚି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲା । ଏହା ପରେ ତାଙ୍କୁ ଖାଇବା ପିଇବା ଦେବା ସହିତ ତାଙ୍କ ଘରକୁ ପଠାଇଛି ।