ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି । ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ବାପା ଗିରଫ ହୋଇଛି । ଗାଇସିଲେଟ୍ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରି ଡାକ୍ତରୀ ମାଇନା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି ।
ସୂଚନା ଅନୁଯାୟୀ, ଗାଇସିଲେଟ ଥାନା ବ୍ରାହ୍ମଣମାଲ ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ତାଙ୍କ ସ୍ୱାମୀ ନିଜ ନାବାଳିକା ଝିଅ ସହ ଅସଦାଆଚରଣ ଓ ଦୁଷ୍କର୍ମ କରିଥିବା ନେଇ ଗାଇସିଲେଟ ଥାନାରେ ଅଭିଯୋଗ କରିଥିଲେ । ଘଟଣାର ଗୁରୁତର ସହ ନେଇ ଗାଇସିଲେଟ ପୋଲିସ ଅଭିଯୋକ୍ତ ବାପାଙ୍କୁ ଅଟକ ରଖିବା ପରେ ଗିରଫ କରିଛି । ଗାଇସିଲେଟ ଥାନାରେ କେସ୍ ନଂ-୧୪୦, ତାରିଖ ୨୦/୦୬/୨୦୨୬ ଅନୁଯାୟୀ ଭାରତୀୟ ନ୍ୟାୟ ସଂହିତା ଓ ପୋକ୍ସୋ ଆଇନର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଥିବା ସୂଚନା ରହିଛି।