ବରଗଡ :ଆସନ୍ତା ୩ ତାରିଖ ଠାରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଏବଂ ଏହି ଯାତ୍ରା ୧୩ ତାରିଖ ଦିନ ଶେଷ ହେବ । ଚଳିତ ବର୍ଷ ୭୭ ତମ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଥିବା ବେଳେ କଲାକାର ମାନଙ୍କ ଆଖଡା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ସବୁ ବର୍ଷଭଳି ଚଳିତ ବର୍ଷ ମଧ୍ୟ ଧନୁଯାତ୍ରା କଳାକାର ମାନଙ୍କ ମଧ୍ୟରେ ଆଖଡା ଜୋରସୋରରେ ଆରମ୍ଭ ହୋଇଥିଲା ତେବେ ଶନିବାର ଧନୁଯାତ୍ରାର ଖଳନାୟକ କଂସ ଓ ତାଙ୍କ ସୈନ୍ୟ ସାମନ୍ତ ମାନଙ୍କ ସହିତ ଭଗବାନ କୃଷ୍ଣ ବଳରାମ ଭୁମିକାରେ ଅଭିନୟ କରୁଥିବା କଳାକାର ମାନେଶେଷ ଦିନର ଶେଷ ଦୃଶ୍ୟର ଅଭ୍ୟାସ କରିଥିଲେ । ସମସ୍ତ କଳାକାର ମାନେ ଏକତ୍ରିତ ହୋଇ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ମାନ କିପରି ଉଚ୍ଚ କୋଟିର ହେବ ସେନେଇ ଚେଷ୍ଟା କରୁଛନ୍ତି । ବରଗଡ କଲ୍ୟାଣ ମଣ୍ଡପ ଠାରେ ଆଖଡା ହେଉଥିବା ବେଳେ କଂସର ସୈନ୍ୟ ସାମନ୍ତଙ୍କୁ ବଧ ପରେ ମନ୍ତ୍ରୀ ଗଣ ଶରଣଗତ ହୋଇଛନ୍ତି । ପରେ କଂସ କୃଷ୍ଣଙ୍କ ସହ ଯୁଦ୍ଧ କରିଛନ୍ତି ଓ ଶରଣାଗତ ହୋଇ ମୃତ୍ୟୁ ହୋଇଛି । ଏହିପରି ଭାବେ ଅଭ୍ୟାସ ଶେଷ ହୋଇଛି ଆଉ ମାତ୍ର ଦିନ କେଇଟା ପରେ କମ୍ପିବ ବରଗଡ଼ ପାଲଟିବ ମଥୁରା ନଗରୀ ।