ଆସନ୍ତାକାଲି ଅନୁଷ୍ଠିତ ହେବ ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ରର ଗଣପର୍ବ ନିର୍ଵାଚନ । ନିଜ ଶାସକଙ୍କୁ ବାଛିବେ ଭୋଟର । ସାଧାରଣ ନିର୍ବାଚନ ୨୦୨୪ ର ପ୍ରଥମ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ଅର୍ଥାତ ଏପ୍ରିଲ ୧୯ରେ ଦେଶର ୧୦୨ ଟି ସଂସଦୀୟ ନିର୍ବାଚନମଣ୍ଡଳୀ ଏବଂ ୨୧ ଟି ରାଜ୍ୟ /କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ୯୨ ଟି ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ।
ତେବେ ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟର ମାନଙ୍କୁ ନିବେଦନ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁଏକ ଭିଡିଓ ବାର୍ତ୍ତାରେ ଭୋଟରଙ୍କୁ ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଭାଗ ନେବାକୁ ଭୋଟରଙ୍କୁ ଅନୁରୋଧ କରିଛନ୍ତି। ଗଣତନ୍ତ୍ରରେ ଭୋଟ ଦେବାର ଗୁରୁତ୍ୱ ଉପରେ ରାଜୀବ କୁମାର କହିଛନ୍ତି ଯେ ନିର୍ବାଚନ ହେଉଛି ଦେଶର ଗଣତନ୍ତ୍ରର ସବୁଠାରୁ ସୁନ୍ଦର ଅଭିବ୍ୟକ୍ତି। ଭୋଟ ଅଭିଜ୍ଞତାକୁ ଶାନ୍ତିପୂର୍ଣ୍ଣ, ଆରାମଦାୟକ ଏବଂ ଉପଭୋଗ୍ୟ କରିବା ପାଇଁ ଭାରତର ନିର୍ବାଚନ ଆୟୋଗ (ECI) କଠିନ ପରିଶ୍ରମ କରିଛି ।
ସୂଚନା ଅନୁଯାୟୀ ଆସନ୍ତାକାଲି ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ। ୧୮ ଲକ୍ଷରୁ ଅଧିକ ମତଦାନ ଅଧିକାରୀ ପ୍ରଥମ ପର୍ଯ୍ୟାୟରେ ୧୬.୬୩ କୋଟିରୁ ଅଧିକ ଭୋଟରଙ୍କୁ ସ୍ବାଗତ କରିବେ। ଏଥିପାଇଁ ୧.୮୭ ଲକ୍ଷ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି। ସମୁଦାୟ ଭୋଟରଙ୍କ ମଧ୍ୟରେ ୮.୪ କୋଟି ପୁରୁଷ ଅଛନ୍ତି, ୮.୨୩ କୋଟି ମହିଳା ଏବଂ ୧୧.୩୭୧ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ପ୍ରଥମ ଥର ପାଇଁ ୩୫.୬୭ ଲକ୍ଷ ଭୋଟର ଭୋଟ ଦେବାକୁ ଯାଉଛନ୍ତି। ୨୦-୨୯ ବର୍ଷ ବୟସ ବର୍ଗରେ୩.୫୧ କୋଟି ଯୁବ ଭୋଟର ରହିଛନ୍ତି ।