Home >
ନବୀନଙ୍କ ବିପି ବଢାଇଲାଣୀ ବିଜେପି ! ଶକ୍ତ ବିରୋଧୀଙ୍କୁ ଦେଖି ବୋଲମାନୁନାହାନ୍ତି ବିଜେଡି ନେତା
Khabar Odisha:politics-odisha-Naveen-pattnaik-is-now-worried-for-bjp
ଭୁବନେଶ୍ୱର, ମାର୍ଚ୍ଚ ୧୫(ଖବର ଓଡ଼ିଶା):

 ବଢିଗଲାଣୀ ନବୀନଙ୍କ ବିପି  । ବିଜେପିକୁ ନେଇ ଚିନ୍ତାରେ ପଡିଗଲେଣୀ ବିଜେଡି ହାଇକମାଣ୍ଡ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ରାଜ୍ୟରେ ବିଜେପିର ଶକ୍ତି ବୃଦ୍ଦି ନବୀନଙ୍କ ପାଇଁ ଚିନ୍ତା ବଢାଇ ଦେଇଛି  । ଗୋଟିଏ ପଟେ ରାଜ୍ୟରେ ବିଜେପିର ଶକ୍ତି ବଢି ଚାଲିଥିବା ବେଳେ ଅନ୍ୟପଟେ ବିଜେଡିରେ ଦେଖାଦେଲାଣୀ ବିଦ୍ରୋହ  । ଦଳକୁ ଆଉ ସମ୍ଭାଳିପାରୁନାହାନ୍ତି ଦଳର ସୁପ୍ରିମୋ  । ନବୀନଙ୍କ ନାଲିଆଖିକୁ ହେୟଜ୍ଞାନ କଲେଣୀ ଦଳର ନେତା  ।

ବିଗତ ଦିନରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ନିଜ ପକେଟରେ ରଖି ବିଜେଡି ମୁଖିଆ ନିଜ ଦଳର ନେତାମାନଙ୍କୁ ନାଲିଆଖି ଦେଖାଉଥିଲେ  । ଯାହାଫଳରେ ଭୟରେ ନେତାମାନେ ମୁହଁ ଖୋଲୁନଥିଲେ  । କିନ୍ତୁ ଏବେ ରାଜ୍ୟରେ ସ୍ଥିତି ବଦଳିଯାଇଛି  । ବିଜେପି ପ୍ରତି ରାଜ୍ୟରେ ସମର୍ଥନ ବଢୁଥିବା ବେଳେ ଏବେ ବିଜେଡିର ନେତାମାନେ ପଦ୍ମପୋଖରୀକୁ ଡେଇଁବାରେ ଲାଗିଛନ୍ତି  । ଏପରିକି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କୁ ହାଇକମାଣ୍ଡ ସମୟ ନଦେବାରୁ ସେ ସିଧାସିଧା ଦଳ ଛାଡି ଚାଲିଗଲେ  ।

ମୋଟ ଉପରେ ବିଜେଡିରେ ଦିନକୁ ଦିନ ଦ୍ୱନ୍ଦ ବଢିବାରେ ଲାଗିଛି  । ଏପରିକି ଦଳର ମୁଖିଆ ଆଉ ବିଜେଡିକୁ ସମ୍ଭାଳି ପାରୁନଥିବା କଥା ଏବେ ସାଧାରଣରେ ଚର୍ଚ୍ଚା ଆଲୋଚନା ହେଉଛି  । ଜିଲାରେ ସାଙ୍ଗଠନିକ ଜିଲାରେ ନେତାମାନେ ଏବେ ସିଧାସିଧା ଦଳର ମୁଖିଆ ମାନଙ୍କୁ ନାଲିଆଖି ଦେଖାଇଲେଣୀ  । କୋରାପୁଟରୁ ଗଞ୍ଜାମ, କଳାହାଣ୍ଡିରୁ ନବରଙ୍ଗପୁର ସବୁଠି ଏବେ ଦଳରେ ବଡ ବିଦ୍ରୋହ ଦେଖାଦେଇଥିବା ବେଳେ ଏହା ହାଇକମାଣ୍ଡଙ୍କ ନିଦ ହଜାଇ ଦେଇଛି  ।

Subscribe

National International State Sports Entertainment