ନିଜ ଛୁଆ ସାମ୍ନାରେ ଗଣବଳାତ୍କାରର ଶିକାର ହେଲେ ମହିଳା । ଦୁର୍ବୁତ୍ତ ମାନେ ଛୁଆ ବେକରେ ଛୁରୀ ଲଗାଇ ମାକୁ କଲେ ଗଣବଳାତ୍କାର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଡୁଙ୍ଗୁରପୁର ଅଞ୍ଚଳରେ ।
ସୂଚନା ଅନୁସାରେ ମହିଳା ଜଣକ ନିଜ ସ୍ୱାମୀ ଆଉ ନିଜର ଅଢେଇ ବର୍ଷର ଝିଅ ସହ ଏକ ଆର୍ପାଟମେଣ୍ଟର ଗାର୍ଡ ରୁମ୍ ରେ ରହୁଥିଲେ । ଗତ ବୁଧବାର ରାତିରେ ସ୍ୱାମୀଙ୍କ ଅନୁପସ୍ଥିରେ ଦୁଇ ଯୁବକ ବାଇକ୍ ରେ ଆସି ସେଠାରେ ପହଞ୍ଚିଥିଲେ । ସେମାନେ ଜୋରଜବରଦସ୍ତି ଭାବରେ ମହିଳାଙ୍କ ରୁମରେ ପଶିଥିଲେ । ଏହାପରେ ଛୁଆ ବେକରେ ଛୁରୀ ଲଗାଇ ମହିଳାଙ୍କୁ ଗଣବଳାତ୍କାର କରିଥିଲେ। ପାଟି ଫିଟାଇଲେ ବା ଚିତ୍କାର କଲେ ଛୁଆକୁ ଛୁରୀ ଭୁଷିଦେବେ ବୋଲି ଧମକ ଦେଇଥିଲେ।
ଅଧିକା ପଢନ୍ତୁ: ଉପ ନିର୍ବାଚନ ଲଢିବେ କଳ୍ପନା ସୋରେନ